ଦିନକରେ ସାଢେ ୫କୋଟିର ଋଣ ପ୍ରଦାନ

କୋରାପୁଟ, ଏନ୍ଏନ୍ଏସ୍: ଇଣ୍ଡିଆନ୍ ବ୍ୟାଙ୍କ୍ ଜୟପୁର ଶାଖା ଦ୍ୱାରା ଗୃହ ନିର୍ମାଣ ଓ ଯାନବାହାନ କ୍ରୟ ପାଇଁ ଋଣମେଳା ଆୟୋଜିତ ହୋଇଛି। ଶାଖା ପରିଚାଳକ ଭାଗ୍ୟବାନ ଦୀପକ କୁମାର ହୋତାଙ୍କ ତତ୍ୱାବଧାନରେ ଆୟୋଜିତ ୠଣମେଳାକୁ ଜୟପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗୋପିନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଋଣ ବଣ୍ଟନ କରିଥିଲେ। ବ୍ରହ୍ମପୁର ଆଞ୍ଚଳିକ ବ୍ୟାଙ୍କର ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ନନ୍ଦ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ୨୨ଜଣକୁ ହୋମ୍ ଲୋନ୍ ବାବଦରେ ୩କୋଟି ୭୦ ଲକ୍ଷ ଓ ଭେଇକଲ୍ ଲୋନ୍ ବାବଦରେ ୨୩ଜଣକୁ ୧କୋଟି ୮୦ ଲକ୍ଷ ଟଙ୍କାର ଋଣ ଦିଆ ଯାଇଥିଲା। ଏହା ବ୍ୟତୀତ ଗୃହ, ବ୍ୟବସାୟ ଓ ଯାନ ବାହାନ ଋଣ ପ୍ରଦାନ ପାଇଁ ୬କୋଟି ଟଙ୍କାର ୨୧ଟି ପ୍ରସ୍ତାବ ମଞ୍ଜୁରୀ ହୋଇଛି।