ଜୟପୁର,ଏନ୍ଏନ୍ଏସ୍: ବୈପାରିଗୁଡା ଥାନା ପୁଲିସ୍ ଦ୍ୱାରା ୧୦୦ କିଲୋ ଗଞ୍ଜେଇ ସହ ଗୋଟିଏ ଟ୍ରାକ୍ଟର ଜବତ କରା ଯାଇଥିବାବେଳେ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ କୋଟପାଡ ଥାନା ବେଟାଗୁଡା ଗ୍ରାମର ଦୀପକ ଗୌଡ ବୋଲି ଜଣାପଡ଼ିଛି। ଗିରଫ ଦୀପକ ଏକ ଟ୍ରାକ୍ଟରରେ ଶୁକ୍ରବାର ଅପରାହ୍ଣରେ ୪ଟି ବସ୍ତାରେ ୧୦୦ କେଜି ଗଞ୍ଜେଇ ନେଇ ଯାଉଥିବାବେଳେ ପୁଲିସ ହାତରେ ଧରା ପଡିଥିଲା । ପୁଲିସ ଗଞ୍ଜେଇ ଓ ଟ୍ରାକ୍ଟର ସହ ଦୀପକ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍, ନଗଦ ୪୦୦ ଟଙ୍କା ଜବତ କରିଥିବାବେଳେ ଦୀପକକୁ ଶନିବାର କୋର୍ଟ ଚାଲାଣ କରାଯାଇଛି।