କୋରାପୁଟ ଜିଲ୍ଲାରେ ୨୪ ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: ଶନିବାର କୋରାପୁଟ ଜିଲ୍ଲାରେ ୯ ମହିଳାଙ୍କ ସମେତ ୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୨୭ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଟିଏମସିର ଓ ୮ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୩ଜଣ ପୂର୍ବ ଆକ୍ରାନ୍ତଙ୍କ ସଂଶ୍ୱର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କୋରାପୁଟ ପୌରାଞ୍ଚଳରୁ ୪, ଜୟପୁର ପୌରାଞ୍ଚଳରୁ ୩, ସୁନାବେଡା ପୌରାଞ୍ଚଳରୁ ୪ ଏବଂ କୋଟପାଡ ଏନଏସିରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବୈପାରିଗୁଡା ବ୍ଲକରୁ ୩, ବୋରିଗୁମ୍ମାରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ବ୍ଲକରୁ ୧, କୋରାପୁଟ ବ୍ଲକରୁ ୨ ଜଣ ଏବଂ କୋଟପାଡ, ଲକ୍ଷ୍ମୀପୁର , ନନ୍ଦପୁର ଏବଂ ପଟ୍ଟାଙ୍ଗି ବ୍ଲକରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।