ଡିଲ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ବେପାରୀ ଗିରଫ୍‌

କୋରାପୁଟ,ଏନ୍ଏନ୍ଏସ୍: ରାଜ୍ୟରେ ବୃଦ୍ଧି ପାଇ ଚାଲିଛି ବଜ୍ରକାପ୍ତା ବେପାର। ରାଜ୍ୟ ଭିତରୁ ରାଜ୍ୟ ବାହାରକୁ ପ୍ରତିଦିନ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଜୀବନ୍ତ ବଜ୍ରକାପ୍ତା ଚାଲାଣ କରାଯାଉଛି, ଯାହା ରାଜ୍ୟ ପୁଲିସ ପାଇଁ ଏବେ ମୁଣ୍ଡ ବିନ୍ଧାର ଆଉ ଏକ କାରଣ ପାଲଟିଛି।

ସୂଚନା ଅନୂସାରେ ଆଜି କୋରାପୁଟ ଜିଲ୍ଲା ବୋମ୍ମିଗୁଡା ବାଇପାସ୍ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇ ଉଦ୍ଧାର କରାଯାଇଛି।

ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି।