ସୁକ୍ମା,ଏନ୍ଏନ୍ଏସ୍: ମାଲକାନଗିରି ସିମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଚିଣ୍ଟାଲନରର ଟିମପୁରାମ ଅଞ୍ଚଳରେ, କମ୍ବି ଅପରେସନ କରିବାକୁ ଯାଇଥିବା ପୋଲିସ ଟିମ୍ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏଥିରେ ସୁରକ୍ଷା ବାହିନୀ ହାର୍ଡକୋର ନକ୍ସଲଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି। ଏହି ସମୟରେ ନକ୍ସଲଙ୍କ ମୃତଦେହ ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା।
କୋବ୍ରା ୨୦୧ ବାଟାଲିଅନ୍ ଏବଂ ଡିଆରଜିର ମିଳିତ ଦଳ ସହିତ ନକ୍ସଲମାନଙ୍କ ମଧ୍ୟରେ ଏହି ଗୁଳିକାଣ୍ଡ ହୋଇଥିଲା। ଖବର ମୁତାବକ ପ୍ରାୟ ଏକ ଘଣ୍ଟା ଧରି ଏହି ଅଞ୍ଚଳରେ ଗୁଳିବିନିମୟ ହୋଇଥିଲା। ମୃତ ମାଓବାଦୀଙ୍କ ମୃତ ଦେହ ଠାବ ହେବା ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି।
ଏହି ଅଞ୍ଚଳରେ ଆହୁରି ନକ୍ସଲ ଲୁଚି ରହିଥିବା ବେଳେ ଏବେ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି ବୋଲି ସୂଚନା ମିଳିଛି।