କିଟେସ୍ ଗ୍ରାମରୁ ୪୦ଲିଟର ମହୁଲ ପୋଚ ଓ ୧୭ଲିଟର ଦେଶୀ ମଦ ଜବତ

କୋରାପୁଟ,ଏନ୍ଏନ୍ଏସ୍ : ଦଶମନ୍ତପୁର ଥାନା ପୁଲିସ କିଟେସ୍ ଗ୍ରାମରେ ଚଢ଼ଉ କରି ୪୦ଲିଟର ମହୁଲ ପୋଚ ଓ ୧୭ଲିଟର ଦେଶୀ ମଦ ଜବତ କରିଥିବା କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି। ସ୍ଥାନୀୟ ଅଂଚଳରେ ବହୁଳ ପରିମାଣରେ ଚୋରା ମଦ କାରବାର ହେଉଥିବା ସୂଚନା ପାଇ ଦଶମନ୍ତପୁର ଥାନାଧିକାରୀ ବିଜୟ ରାଜ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ଉ କରିଥିଲା। କୌଣସି ସୂତ୍ରରୁ ଜାଣିପାରି ଚୋରା ମଦ ପ୍ରସ୍ତୁତକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ ସେଠାରୁ ୪୦ ଲିଟର ମହୁଲ ପୋଚ ଓ ୧୭ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିବା ଜଣାପଡ଼ିଛି।