ମାଡ଼ି ଚାଲିଛି କରୋନା: ଭୁବନେଶ୍ୱରରେ ୩୦୭ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରେ ଆଜି ଆଉ ୩୦୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୯ଜଣ ଓ ସ୍ଥାନୀୟ ସଂକ୍ରମଣ୨୩୮ଜଣ ରହିଛନ୍ତି। ଅନ୍ୟପଟେ ୬୨ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୩୦୭ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ହଜାର ୨୦୦ ହୋଇଥିବାବେଳେ ୩୨ହଜାର ୪୪୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪୮୧ଜଣ ଚିକିତ୍ସିତ ହେଉଛନ୍ତି।