ରାଜମହଲ ହୋଟେଲରେ ଚଢ଼ା ଦରରେ ବିକ୍ରି ହେଉଥିଲା ମଦ, ଜବତ କଲା ପୁଲିସ

ବଲାଙ୍ଗିର,ଏନ୍ଏନ୍ଏସ୍: ରାଜ୍ୟରେ ଲକଡାଉନ ନିୟମ କୋହଳ ହେବା ପରେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ମଦ ଦୋକାନ ଓ ପାନ ଦୋକାନ ଗ୍ରୀନ ଜୋନରେ ଖୋଲିପାରିବେ। ଏହି ସମୟରେ ଚଢା ଦରରେ ଲୋକଙ୍କୁ ମଦ ବିକ୍ରି କରାଯାଉଥିଲା। ଏଭଳି କାରବାର ଚାଲିଥିଲା ବଲାଙ୍ଗିର ସହର ଭିତରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ ରାଜମହଲ ଭିତରେ। ତେବେ ଟାଉନ ପୁଲିସ ଏ ନେଇ ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଆଜି ରାଜମହଲ ହୋଟେଲ ଉପରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ପୁଲିସ ବିଭିନ୍ନ ବ୍ରାଣ୍ଡର ୧୨୮ ବୋତଲ ଜବତ କରିବା ସହିତ ମଦ ବିକ୍ରି କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛ। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ବଲାଙ୍ଗିର ସହରର ଚିମିନିଭାଟି ପଡାର ହରେକୃଷ୍ଣ ପଟେଲ।