ପାଟଣା ବ୍ଲକ ଅଞ୍ଚଳକୁ ଫେରିଲେ ୩ ଶିଶୁଙ୍କ ସମେତ ୯ ପ୍ରବାସୀ ଓଡ଼ିଆ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳକୁ ଫେରୁଛନ୍ତି ୯ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ। ଏଥିରେ ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଗ୍ରାମର କଣ୍ଟିଆପଡା ଗ୍ରାମର କାଳିଆ ନାଏକ ତାଙ୍କ ପତ୍ନୀ ସଞ୍ଜିତା ନାଏକ ଏବଂ ତାଙ୍କ ୪ବର୍ଷର ପୁଅ, ଜଗନ୍ନାଥ ନାଏକ, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାଏକ ଏବଂ ତାଙ୍କ ୪ ବର୍ଷର ପୁଅ, ଲିଜା ନାଏକ ଓ ତାଙ୍କର ୪ବର୍ଷର ପୁଅ, ଦ୍ୱାରୀ ଦଣ୍ଡପାଟ, କ୍ଷୀରମଣି ଦଣ୍ଡପାଟ, ବାବୁଲା ନାଏକ ଏବଂ ଲକ୍ଷ୍ମୀ ନାଏକ।

ସେମାନେ କେରଳର ଏନାକୁଲମ ଜିଲ୍ଲା ଆସମାନୁରର ଉଡ଼ତାଲି ଠାରେ ଏକ ପ୍ଲାୟବୋର୍ଡ କମ୍ପାନୀରେ କାମ କରୁଥିଲେ। କରୋନା ମହାମାରୀରେ ସାରା ଦେଶ ଲକଡାଉନ ଥିବାରୁ ସେମାନେ ସମସ୍ତେ ଫସି ରହିଥିଲେ। କମ୍ପାନୀ ତରଫରୁ ସମସ୍ତ ଖାଦ୍ୟ ପଦାର୍ଥ ଦିଆଯାଉଥିଲା। ତେବେ କେନ୍ଦ୍ର ସରକାରଙ୍କ ସହାୟତାରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଶୁକ୍ରବାର ରାତି ୧୦ ଟାରେ କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ବାହାରି ରବିବାର ସକାଳ ୯ଟା ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା ଷ୍ଟେସନରେ ଓଲ୍ହାଇବା ପରେ ରାଜ୍ୟ ସରକାରଙ୍କ ଦ୍ଵରା ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ଏକ ବସ ଯୋଗେ କେନ୍ଦୁଝର ଜିଲ୍ଲାକୁ ଆସି ପହଞ୍ଚିଛନ୍ତି। ତେବେ ସେମାନେ ପଞ୍ଚାୟତରେ ନିର୍ମିତ ହୋଇଥିବା କ୍ୱାରେଣ୍ଟାଇନ ଗୃହରେ ୧୪ ଦିନ ସଙ୍ଗରୋଧରେ ରହିବା ପରେ ନିଜ ନିଜ ଘରକୁ ଯିବେ ବୋଲି ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି।