ଓଡ଼ିଶାରେ ଫସିଥିବା ବାହାର ରାଜ୍ୟର ଲୋକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଉନ୍ନୟନ କମିସନରଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଓଡ଼ିଶାରେ ଫସି ରହିଥିବା ବାହାର ରାଜ୍ୟର ପ୍ରବାସୀଙ୍କୁ ତାଙ୍କ ରାଜ୍ୟକୁ ପଠାଇବା ପାଇଁ ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଶ୍ରମ କମିସନର ଏନ୍ ଥିରୁମାଲା ନାୟକଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ରାଜ୍ୟ ବାହାରେ ଥିବା ଲୋକମାନଙ୍କୁ ରାଜ୍ୟକୁ ଫେରାଇ ନେବାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ସୂଚନା ଅନୁସାରେ ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାରେ ଫସି ରହିଥିବା ବାହାର ରାଜ୍ୟର ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ କିପରି ପଠାଯିବ ସେ ନେଇ ଗୁରୁ ଦାୟିତ୍ୱ ଦିଆଯାଇଛି। ବାହାର ରାଜ୍ୟର ଶ୍ରମିକ ଓ ସାଧାରଣ ଲୋକ ଯେଉଁମାନେ ଓଡ଼ିଶାରେ ଫସି ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ରାଜ୍ୟକୁ ପଠାଯିବ ତାହାର ତଦାରଖ କରିବେ ଶ୍ରୀ ମହାପାତ୍ର। ଏଥିସହିତ ଜିଲ୍ଲାପାଳ ଓ ପୌର କମିସନରଙ୍କୁ ନେଇ ଶ୍ରୀ ମହାପାତ୍ର ନୋଡାଲ ଅଫିସର ଦାୟିତ୍ୱ ତୁଲାଇବେ। ଏହି ପରିପ୍ରେକ୍ଷୀରେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁ ଥିବା ବ୍ୟକ୍ତି ଜିଲ୍ଲାପାଳ, ଏସପି ଓ ମୁନିସିପାଲ କମିସନରଙ୍କ ଠାରୁ ଅନୁମତି ମାଗି ପାରିବେ। ସେହିପରି ଜିଲ୍ଲା ପୌର ପ୍ରଶାସନ ମଧ୍ୟରେ ଗୃହ ବିଭାଗର ପ୍ରମୁଖ ସଚିବ ପାସ୍ ଦେବେ।