ବଜ୍ରପାତ ନେଲା ୨ ଜୀବନ

ନୟାଗଡ, ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁରେ ଆଜି ସକାଳୁ ବଜ୍ରପାତରେ ୨ଜଣଙ୍କ ଜୀବନ ଯାଇଛି । ମୃତକ ମାନେ ହେଲେ ଉଦୟନାଥ ପ୍ରଧାନ (୭୫) ଏବଂ ଶାନ୍ତିଲତା ସାହୁ ।
ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳର ଉଦୟ ଓ ଶାନ୍ତିଲତା ବିଲକୁ କାମ କରିବାକୁ ଯାଉଥିବା ବେଳେ ବଜ୍ରାପାତ ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।