ଭାରସାମ୍ୟ ହରାଇ ବିଲକୁ ଓଲଟିଲା ବସ୍, ୫ ଆହତ

ଜଳେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଡିଗିରୀପାହି ନିକଟରେ ଆଜି ଏକ ବସ୍ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡିଛି। ଦୁର୍ଘଟଣାରେ ୫ଜଣ ଯାତ୍ରୀ ଆତହ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କଷାଫଳରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ‘ପ୍ରଭୂଜୀ’ ନାମକ ଏକ ବସ୍ । ତେବେ ଯିବା ବାଟରେ ରାସ୍ତା କଡକୁ ଓଲଟି ପଡିଥିଲା। ବସ୍ ରେ ପାଖାପାଖି ୨୦ ଜଣ ଯାତ୍ରୀ ଥିଲେ।