ଲେଡି ମେଟ୍ରୋନ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ୬ଦଫା ଦାବିପତ୍ର

ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲା ଲେଡି ମେଟ୍ରୋନ ସଂଘ ତରଫରୁ ଏକ ୬ଦଫା ଦାବିପତ୍ର ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସରକା ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ଲେଡ଼ି ମେଟ୍ରୋନ ସଘଂର ସଭାନେତ୍ରୀ ମମତା ବିଶ୍ୱାଳଙ୍କ ନେତୃତ୍ୱରେ ସମ୍ପାଦିକା ସୁଜାତା ମହାଙ୍କୁଡ଼, କୋଷାଧ୍ୟକ୍ଷ ଅମିତା ନାୟକ , ନଳିନୀପ୍ରଭା କୁଣ୍ଡୁ ଏବଂ ମିନାକ୍ଷୀ କୁମାରୀ ପ୍ରଧାନ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି। ଜିଲ୍ଲାରେ ୨୦୧୬ରୁ କାର୍ଯ୍ୟରତ ୧୬୫ରୁ ଅଧିକ ମେଟ୍ରୋନ ଦିନକୁ ୨୪ଘଣ୍ଟା ଦାୟିତ୍ୱ ତୁଲାଉଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରେ ଉପେକ୍ଷିତ କରାଯାଉଛି। ଜଣେ ପାଚିକାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥାଇମଧ୍ୟ ତାଙ୍କୁ କମ ପାରିଶ୍ରମିକ ମୁଳୁଥିବା ସଂଘ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛି। ତେବେ ସରକାରଙ୍କ ଚୁକ୍ତି ଭିତ୍ତିକ ନିୟମ ଅନୁଯାୟୀ ମେଟ୍ରୋନଙ୍କୁ ମାସିକ ୧୮ହଜାର ଟଙ୍କା ପ୍ରଦାନ, ସରକାରଙ୍କ ଅଧୀନ ଅନ୍ୟ କର୍ମଚାରୀଙ୍କ ଭଳି ଇପିଏଫ ଓ ଇଏସଆଇ ସୁବିଧା ପ୍ରଦାନ, ନିଯୁକ୍ତ ପାଇଥିବା ମେଟ୍ରୋନ ମାନଙ୍କୁ ସ୍ଥାୟୀ କରାଯିବା, ରହିବା ପାଇଁ ମେଟ୍ରୋନ ସ୍ୱତନ୍ତ୍ର ଘର ପ୍ରଦାନ ଆଦି ମୋଟ ୬ଟି ଦାବି କରାଯାଇଛି।