ବିବାହର ୪ ବର୍ଷ ପରେ ମା’ ହେବେ ଅମୃତା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅମୃତା ରାଓ ଓ ରେଡିଓ ଜୋକି ଅନମୋଲଙ୍କ ଘରକୁ ନୂଆ ସଦସ୍ୟ ଆସିବାକୁ ଯାଉଛି। ନିକଟରେ ଦୁହିଁଙ୍କୁ ମୁମ୍ବାଇର ଖାରସ୍ଥିତ ଏକ କ୍ଲିନିକ ବାହାରେ ନଜର ଆସିଥିଲେ। ବେବି ବମ୍ପରେ ଅମୃତାଙ୍କ ଭାଇରାଲ ଫଟୋକୁ ଦେଖି ସେ ମା’ ହେବାକୁ ଯାଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।

ସୂଚନାଯୋଗ୍ୟ, ଅମୃତା ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ବାହ୍ୟ ଚାକଚକ୍ୟଠାରୁ ଦୂରେଇ ରଖିଥାନ୍ତି। ବିବାହ ଫିଲ୍ମର ହିଟ୍ ନାୟିକା ଅମୃତା ୨୦୧୬ରେ ରେଡିଓ ଜୋକି ଅନମଲଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁଇ ଜଣ ୭ ବର୍ଷ ଡେଟିଂ କରିଥିଲେ। ଦୁହିଁଙ୍କ ବିବାହରେ କେବଳ ପରିବାର ସଦସ୍ୟ ଓ କେତେଜଣ ବନ୍ଧୁ ସାମିଲ ହୋଇଥିଲେ।