Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶ୍ରୀସାନ୍ତଙ୍କ କମାଲ୍‌, ବାରବାଟୀରେ କିଙ୍ଗସର କମବ୍ୟାକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶ୍ରୀସାନ୍ତଙ୍କ କମାଲ୍‌, ବାରବାଟୀରେ କିଙ୍ଗସର କମବ୍ୟାକ

କଟକ,ଏନ୍ଏନ୍ଏସ୍: ବାରବାଟୀରେ ଜାରି ରହିଛି ଲିଜେଣ୍ଡ୍ସ ଲଢେଇ । ଲଗାତାର ଦୁଇଟି ମୁକାବିଲା ହାରିବା ପରେ ଜବରଦସ୍ତ କମବ୍ୟାକ କରିଛି ଭିଲୱାରା କିଙ୍ଗସ । ସେହବାଗଙ୍କୁ ହରାଇଲେ ଇରଫାନ । ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ଗୁଜୁରାଟ ଜାଏଣ୍ଟସ ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି ଦଳ । ଗୁଜୁରାଟକୁ ୫୭ ରନରେ ପରାସ୍ତ କରିଛି ଭିଲୱାରା । ଅର୍ଦ୍ଧଶତକ ହାସଲ କରିଥିବା ୱିଲିୟମ ପୋଟରଫିଲ଼୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଜାଏଣ୍ଟସ । କିଙ୍ଗସର ଦୁଇ ଓପନର ମର୍ଣ୍ଣ ଓ ପୋଟରଫିଲ୍ଡ ବିସ୍ଫୋରକ ବ୍ୟାଟଂ କରି ୧୧୭ ରନ ଭାଗିଦାରୀ ଗଢିଥିଲେ । ଦଶମ ଓଭରରେ ପୋଟରଫିଲ୍ଡଙ୍କୁ ଆଉଟ କରିଥିଲେ କେ.ପି. ଆପାନ୍ନା । ୩୩ ବଲରୁ ୬୪ ରନ୍‌ (୧୦ ଚୌକା, ୨ ଛକା) କରିଥିଲେ ପୋଟର। ପରେ ପରେ ମର୍ଣ୍ଣ ମଧ୍ୟ ପାଭିଲିୟନ ଫେରିଥିଲେ । ସେ ୨୮ ବଲରୁ ଦ୍ରୁତ ୫୦ ରନ କରିଥିଲେ ।

ଅଧିନାୟକ ଇରଫାନ ପଠାନ ୨୩ ବଲରୁ ୩୪, ଜେସଲ କାରିଆ ୨୯ ବଲରୁ ୪୩ ରନ କରିଥିଲେ । ଶେଷ ଭାଗରେ ୟୁସୁଫ ପଠାନ ୫ ବଲରୁ ୧୪ ରନ ଓ ରାଜେଶ ବିଷ୍ଣୋଇ ୧୨ ରନ (୨ଛକା) କରି ଦଳୀୟ ସ୍କୋରକୁ ୨୨୨ରେ ପହଞ୍ଚାଇଥିଲେ । ଏହା ବାରବାଟୀରେ ସବୁଠୁ ବଡ ସ୍କୋର୍ ଥିଲା । ଭିଲୱାରା ୪ ୱିକେଟ ହରାଇ ୨୨୨ ରନ କରି ଗୁଜରାଟକୁ ୨୨୪ ରନ ଟାର୍ଗେଟ ଦେଇଥିଲା । ପୂର୍ବରୁ ବାରବାଟୀରେ ଟି-ଟ୍ବେଣ୍ଟି ଫର୍ମାଟରେ ଭାରତ ନାମରେ ସର୍ବାଧିକ ସ୍କୋର ରହିଛି । ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ ୱିକେଟ ହରାଇ ୧୮୦ ରନ କରିଥିଲା ।

୨୨୩ ରନର ବିଜୟ ଲକ୍ଷ ନେଇ ଗୁଜୁରାଟ ଜାଏଣ୍ଟସର ଷ୍ଟାର ଓପନର କ୍ରିସ ଗେଲ ଓ ବ୍ରାଇନ ପଡିଆକୁ ଓହ୍ଲାଇଥିଲେ। ନିରାଶ କରିଥିଲେ ଗେଲ୍ । ୨୦ଟି ବଲ ଖେଳି ମାତ୍ର ୧୫ ରନ କରି ଆଉଟ ହୋଇଥିଲେ କ୍ରିସ ଗେଲ୍ । ସେହିପରି ଅଧିନାୟକ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ । ବ୍ୟାଟିଂରେ ବିଫଳ ହୋଇଥିଲେ ସେହ୍ବାଗ । ୨୦ଟି ବଲ୍‌ରେ ୨୭ ରନ (୩ଟି ଚୌକା, ୧ ଛକା) କରି ସେହ୍ବାଗ ଆଉଟ ହୋଇଥିଲେ । କିଙ୍ଗସର ଶୃଙ୍ଖଳିତ ବୋଲିଂ ପାଇଁ ଦଳର ରନ ଗାଡି ଧିମା ପଡିଥିଲା ।

ଗୁଜୁରାଟ ଜିଆଣ୍ଟସ ପକ୍ଷରୁ ଯଶପାଲ ସିଂହ ଭଲ ବ୍ୟାଟିଂ କରିଥିଲେ । ସେ ୨୯ ବଲରୁ ୫୭ ରନ (୩ଟି ଛକା, ୬ ଟି ଚୌକା) କରି ଆଉଟ ହୋଇଥିଲେ । ୨୨୩ ରନର ବିଜୟ ଲକ୍ଷ ନେଇ ଖେଳୁଥିବା ଗୁଜୁରାଟ ୧୯.୪ ଓଭରରେ ୧୬୫ ରନରେ ଅଲଆଉଟ ହୋଇଯାଇଥିଲେ । ଭିଲୱାର କିଙ୍ଗସ ପକ୍ଷରୁ ଏସ ଶ୍ରୀସାନ୍ତ ସର୍ବାଧିକ ୩ ୱିକେଟ ନେଇଥିଲେ। ଭିଲୱାର କିଙ୍ଗସ ୫୭ ରନରେ ଏକ ବୃହତ ବିଜୟ ହାସଲ କରିଥିଲା ।

ଭିଲୱାରା ବାଟବାଟୀରେ ତାର ପ୍ରଥମ ମୁକାବିଲାରେ ମଣିପାଲଠୁ ପରାସ୍ତ ହୋଇଥିଲା । ଭିଲୱାରା ଗୁଜୁରାଟ ମୁକାବିଲା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାୟ ୧୫ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିଥିଲେ । ଆସନ୍ତାକାଲି (ଗୁରୁବାର) ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ ।