Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୁଲଗାମ ଅପରେସନ୍‌: ୩ ଜୈସ-ଏ-ମହମ୍ମଦର ଆତଙ୍କୀ ନିପାତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୁଲଗାମ ଅପରେସନ୍‌: ୩ ଜୈସ-ଏ-ମହମ୍ମଦର ଆତଙ୍କୀ ନିପାତ

ଶ୍ରୀନଗର,ଏଜେନ୍ସି: କାଶ୍ମୀରରେ ସୁରକ୍ଷା ବଳର ଆତଙ୍କୀ ନିରୋଧୀ ଅପରେସନକୁ ପୁଣି ଏକ ବଡ ସଫଳତା ମିଳିଛି । ଗତକାଲି ରାତିରେ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କୀ ସମେତ 3 ଆତଙ୍କୀଙ୍କୁ ସଫା କରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ । ନିହତ ସମସ୍ତ ଆତଙ୍କୀ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ସଦସ୍ୟ ବୋଲି ପ୍ରାଥମିକ ଭାବେ ସ୍ପଷ୍ଟ କରିଛି ସୁରକ୍ଷା ବଳ ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଏହି ଅପରେସନରେ ସେନା, ସ୍ଥାନୀୟ ପୋଲିସ ଓ ଅର୍ଦ୍ଧସାମରିକ ବଳର ଯବାନମାନେ ନିୟୋଜିତ ହୋଇଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରେ ଗୁଳି ଚଳାଇ ଖସି ଯିବାପାଇଁ ଚେଷ୍ଟା କରିଥିଲେ । ପାଲଟା ଜବାବପରେ ସେନା ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ । କିଛି ଘଣ୍ଟାର ଗୁଳି ବିନିମୟ ପରେ ୩ ଆତଙ୍କୀଙ୍କୁ ନିପାତ ହୋଇଥିବା ସ୍ପଷ୍ଟ ହୋଇଛି ।

ଉକ୍ତ ସ୍ଥାନରେ ଆଉ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଏନକାଉଣ୍ଟରରେ ଜଣେ ସୀମାପାର ଓ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ସଫା ହୋଇଛନ୍ତି । ଦୁଇ ସ୍ଥାନୀୟ ଆତଙ୍କବାଦୀ ମହମ୍ମଦ ସାଫି ଗାନି ଓ ମହମ୍ମଦ ଓ୍ବାସିଫ ଆନି ଆଲିଓ୍ବାସ ବୋଲି ମଧ୍ୟ ଚିହ୍ନଟ ହୋଇଛନ୍ତି । ପାକିସ୍ତାନୀ ଆତଙ୍କୀର ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ । ଏମାନେ ସମସ୍ତେ ନିକଟରେ ଘାଟିରେ ଘଟିଥିବା ଏକାଧିକ ଆକ୍ରମଣରେ ସାମିଲଥିଲେ । ଏମାନଙ୍କୁ ଧରିବା ପାଇଁ ଗୁଇନ୍ଦା ବିଭାଗର ସାହାଯ୍ୟ ନେଇଥିଲା ସ୍ଥାନୀୟ ପୋଲିସ ।

ଅପରେସନ ସମ୍ପର୍କରେ ସୂଚନା ଦେଇ କାଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି, ପାକିସ୍ତାନୀ ଆତଙ୍କୀମାନେ କାଶ୍ମୀରର ସ୍ଥାନୀୟ ଯୁବକଙ୍କୁ ସଂଗଠନରେ ସାମିଲ କରିବା ପାଇଁ ପ୍ରଲୋଭିତ କରୁଛନ୍ତି । ସୁଯୋଗ ଦେଖି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଘାଟିରେ ପ୍ରବେଶ କରୁଛନ୍ତି । ଏହି ଅପରେସନରେ ୩ ଆତଙ୍କୀଙ୍କୁ ସଫା କରିବା ସହ ସେମାନଙ୍କ ନିକଟରୁ ଏକାଧିକ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଆଗକୁ ମଧ୍ୟ ଗୁଇନ୍ଦା ସୂଚନା ଆଧାରରେ ଘାଟିରେ ଆତଙ୍କୀ ନିରୋଧୀ ଅପରେସନକୁ ନିୟମିତ ଜାରି ରଖାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ଏଡିଜିପି ବିଜୟ କୁମାର ।