Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚାଷୀଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ବିହନ ଯୋଗାଇବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚାଷୀଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ବିହନ ଯୋଗାଇବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,ଏନ୍ଏନ୍ଏସ୍: ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ଅମଳ ପରିମାଣ ବୃଦ୍ଧି ପାଉଛି । ରାଜ୍ୟ ବିହନ ନିଗମ ଦ୍ୱାରା ଉତ୍ପାଦିତ ଉନ୍ନତ ମାନର ବିହନ ଚାଷୀମାନଙ୍କୁ ସଠିକ୍‌ ସମୟରେ ଯୋଗାଇ ଦେବାକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନରେ ବିହନ ନିଗମ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଉନ୍ନତ ମାନର ଧାନ ଓ ଅଣଧାନ ବିହନ ସହ ଡାଲି, ତୈଳବୀଜ, ପନିପରିବା ଆଦି ବିହନ ଉତ୍ପାଦନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ନିଗମ ଦ୍ୱାରା ଅଧିକ ପରିମାଣର ଫାଉଣ୍ଡେସନ୍‌ ସିଡ୍‌ର ଉତ୍ପାଦନର ଆବଶ୍ୟକତା ରହିଛି ବୋଲି କହିଥିଲେ ।

କୃଷକମାନେ ଆବଶ୍ୟକ କରୁଥିବା ବିହନର କିସମର ଚାହିଦାକୁ ଅନୁଧ୍ୟାନ କରି ବିହନ ଉତ୍ପାଦନ କରିବାକୁ ହେବ । ରାଜ୍ୟରେ ଅଧିକ ପରିମାଣର ହାଇବ୍ରିଡ୍‌ ବିହନ ଉତ୍ପାଦନ କରିବା ଓ ଏ ଦିଗରେ ଥିବା ସମସ୍ୟାର ସମାଧାନ ଦିଗରେ ଏକ କାର୍ଯ୍ୟ ଖସଡ଼ା ଆଗାମୀ ୬ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ବିହନ ପ୍ରତିବଦଳ ଦ୍ୱାରା ଉତ୍ପାଦନ ହାର ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିହନ ପ୍ରତିବଦଳ ହାର ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ବିହନ ବିଭିନ୍ନ ପ୍ୟାକ୍ସ/ଲ୍ୟାମ୍ପସ୍‌ ଏବଂ ବେସରକାରୀ ଡିଲରମାନଙ୍କ ଦ୍ୱାରା ଚାଷୀମାନଙ୍କୁ ବିକ୍ରୀ କରାଯିବାର ବ୍ୟବସ୍ଥା ରହିଛି । କୌଣସି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ନିମ୍ନମାନର ବିହନ ଯେପରି ବିକ୍ରି ନହୁଏ, ସେଥିପ୍ରତି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିହନ ବିକ୍ରି ବ୍ୟବସ୍ଥାରେ ଚାଷୀମାନଙ୍କୁ ଡିବିଟି ବ୍ୟବସ୍ଥାରେ ରିହାତି ହସ୍ତାନ୍ତରଣ ବ୍ୟବସ୍ଥା ରହିଛି । ରବି ଋତୁ ପାଇଁ ଓଟିପି ବ୍ୟବସ୍ଥା ସମ୍ପର୍କରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ରାଜ୍ୟ ବିହନ ନିଗମକୁ ଅଧିକ କ୍ରିୟାଶୀଳ କରାଯାଉଛି ବୋଲି କହିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ମିଶ୍ର, ଓସୋପୋକାର ନିର୍ଦ୍ଦେଶକ, ଇମେଜର ନିର୍ଦ୍ଦେଶକ, ଓୟୁଏଟିର ବିଶେଷଜ୍ଞଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।