Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କମିବ ଏଲଇଡି ଟିଭି ଦାମ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କମିବ ଏଲଇଡି ଟିଭି ଦାମ୍

କୋଲକାତା: ଦୀପାବଳି ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ଧରଣର ନିଷ୍ପତ୍ତି ଶୁଣାଇଛନ୍ତି। ଏହା ଅନ୍ତର୍ଗତ ଓପନ୍ ସେଲ୍ ଏଲ୍ଇଡି ଟିଭି ପାନେଲ୍ ରେ ଆମଦାନୀ ଶୁଳ୍କକୁ ନିଃଶୁଳ୍କ କରିଦେଇଛନ୍ତି। ଯାହାଫଳରେ ଏଲଇଡି ଟିଭି ମୂଲ୍ୟରେ ହ୍ରାସ ପାଇବ ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ଓପନ୍ ସେଲ୍ ଏଲଇଡି ଟିଭି ପାନେଲ୍ ଉପରେ ୫% ଆମଦାନୀ ଶୁଳ୍କ ଲାଗୁଥିଲା, ଯାହା ବର୍ତ୍ତମାନ ନିଃଶୁଳ୍କ ହୋଇଛି। ଏ ସମ୍ବନ୍ଧରେ ସରକାରୀସ୍ତରରେ ବିଜ୍ଞପ୍ତି ଜାରି କରାଯାଇଛି।

ଟିଭି ମାନୁଫାକ୍ଚୁରିଂରେ ଏହାକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ରୂପେ ମନେ କରାଯାଏ, ଯାହାର ଟିଭି ଉତ୍ପାଦନ ମୂଲ୍ୟରେ ୬୫-୭୦% ଭାଗୀଦାରୀ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଏଲ୍ଇଡି ଟିଭି ଶସ୍ତାରେ ଉପଲବ୍ଧ ହେବ। ଏଥିସହିତ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ସାହାଯ୍ୟ ମିଳିବ।

କାରଣ ଦେଶରେ ବିକ୍ରି ହେଉଥିବା ୬୦-୬୫% ଟିଭି ଏଠାରେ ହିଁ ନିର୍ମାଣ କରାଯାଏ, ଯେଉଁଥି ପାଇଁ କମ୍ପାନୀଗୁଡ଼ିକ ପାନେଲ୍ ଆମଦାନୀ କରନ୍ତି। ଏହା ଉପରେ ୫% ଆମଦାନୀ ଶୁଳ୍କ ପରିଶୋଧ କରିବାକୁ ପଡ଼ୁଥିଲା। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଏଲସିଡି ଓ ଏଲଇଡି ଟିଭି ପାଇଁ ଓପନ୍ ସେଲ୍ (୧୫.୬ ଇଞ୍ଚ୍ ବା ଅଧିକ) ପାନେଲ୍ ଉପରେ ଆମଦାନୀ ଶୁଳ୍କକୁ ତତ୍କାଳ ପ୍ରଭାବୀରେ ସମାପ୍ତ କରିଦିଆଯାଉଛି।

ଏଥିସହିତ ଏଲସିଡି ଓ ଏଲଇଡି ଟିଭି ପାନେଲଗୁଡ଼ିକର ମାନୁଫାକଚୁରିଂ ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ପୂର୍ବଭଳି ଆମଦାନୀ ଶୁଳ୍କ ଲାଗୁ ହେବନାହିଁ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶରେ ଏଲ୍ଇଡି ଟିଭି ମାନୁଫାକ୍ଚୁରିଂକୁ ପ୍ରୋତ୍ସାହନ ମିଳିବ। ପୂର୍ବରୁ ଟିଭି ପାନେଲ୍ ଉପରେ ଆମଦାନୀ ଶୁଳ୍କ ପରେ ଲାଗୁ କରିବା ନେଇ ଦେଶର ସର୍ବବୃହତ୍ ଟିଭି ମାନୁଫାକଚରର୍ ସାମସଙ୍ଗ୍ ଦେଶରେ ଏହାର ଉତ୍ପାଦନ ବନ୍ଦ କରିଦେଇଥିଲା।

କଣ୍ଟ୍ରାକ୍ଟ ମାନୁଫାକ୍ଚରର୍ ଡିକ୍ସନ୍ ଟେକ୍ନୋଲୋଜିଜ୍ ର ଅଧ୍ୟକ୍ଷ ସୁନୀଲ ବାଚାନୀ କହିଛନ୍ତି ଯେ ଶୁଳ୍କ ସମାପ୍ତ କରିବା ଦ୍ୱାରା ବଜାରରେ ଟିଭି ବିକ୍ରି ବଢ଼ୁନଥିବାବେଳେ ଏଭଳି ସମୟରେ ଇନପୁଟ୍ ଖର୍ଚ୍ଚକୁ କମ୍ କରିବାରେ ସାହାଯ୍ୟ ମିଳିବ। ଏଥିସହିତ ମାନୁଫାକଚୁରିଂ ପାଇଁ ମଜଭୁତ ଇକୋସିଷ୍ଟମ୍ ବନାଇବାରେ ମଧ୍ୟ ସାହାଯ୍ୟ ମିଳିବ ଏବଂ ଭାରତ ଏଲଇଡି ଟିଭି ମାନୁଫାକ୍ଚୁରିଂର ହବ୍ ରୂପେ ପରିଚିତ ହେବ ବୋଲି ମଧ୍ୟ ସେ କହିଛନ୍ତି। ବର୍ତ୍ତମାନ ସମୟରେ ୩୨ ଇଞ୍ଚ୍ ପର୍ଯ୍ୟନ୍ତ ଟିଭି ଉପରେ ୧୮% ଜିଏସଟି ଲାଗୁଛି ଏବଂ ଏହାଠାରୁ ବଡ଼ ଟିଭି ଉପରେ ୨୮% ଟିକସ ଲଗାଯାଉଛି।