Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶବକୁ ଅସମ୍ମାନ ଘଟଣାରେ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶବକୁ ଅସମ୍ମାନ ଘଟଣାରେ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜଣେ ଗର୍ଭବତୀ ନାବାଳିକାର ଶବକୁ ଅସମ୍ମାନ କରାଯାଇଥିବା ଘଟଣାର ଜବାବ ରଖିବା ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ମାନବାଧିକାର କମିଶନ ଅଧ୍ୟକ୍ଷ ବିଚାରପତି ବିମଳ ପ୍ରସାଦ ଦାସ ଓ ବିଚାରପତି ରଘୁବୀର ଦାଶଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ ପକ୍ଷରୁ ଘଟଣାର ବିଚାର କରି ଆସନ୍ତା ଅକ୍ଟୋବର ୧୫ତାରିଖରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଜର ହେବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ମେ’ ୨୫ତାରିଖ ୨୦୧୬ ମସିହାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଲାରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟସମଲେଇ ଗ୍ରାମର ସତର ବର୍ଷର ଜଣେ ନାବାଳିକାର ମୃତଦେହ ଅଳିଆଗଦାରେ ପଡ଼ିଥିବା ଓ ଶରୀରଟିକୁ ବୁଲା ଜୀବଜନ୍ତୁ ଖାଉଥିବା ଦୃଷ୍ଟିଗୋଚର ହୋଇଥିଲା। ଏନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଏବଂ ବିଜୟ କୁମାର ପଣ୍ଡା ରାଜ୍ୟ ମାନବ ଅଧିକାର କମିଶନଙ୍କ ନିକଟରେ ପିଟିସନ(୨୨୬୧/୨୦୧୬) ଦେଇଥିଲେ।

ଏନେଇ ବଲାଙ୍ଗିର ଜିଲ୍ଲାପାଳ, ଏସପି ଏବଂ ମ୍ୟୁନିସିପାଲ ଅଧିକାରୀଙ୍କଠାରୁ ରିପୋର୍ଟ ମଗାଇଥିଲେ ରାଜ୍ୟ ମାନବାଧିକାର କମିଶନ। ଘରର ଅନିଚ୍ଛା ସତ୍ତେ୍ୱ ବିବାହ କରିଥିବାରୁ ନାବାଳିକାକୁ ହତ୍ୟା କରିଥିବା ବାପାକୁ ଗିରଫ କରିବା ସହିତ ମୃତ ଶରୀରଟିକୁ ପୋତାଯାଇଥିବା ନେଇ ବଲାଙ୍ଗିର ଏସପି ଓ ମ୍ୟୁନିସିପାଲ ଅଧିକାରୀ ରିପୋର୍ଟ ଦେଇଥିଲେ।

ଅନ୍ୟପଟେ ସ୍ଥାନୀୟ ପ୍ରଥା ଓ ପରମ୍ପରା ଅନୁସାରେ ଦାୟିତ୍ୱର ସହ ମ୍ୟୁନିସିପାଲିଟି ତରଫରୁ ଶବ ସଂସ୍କାର କରାଯାଇନଥିବା ୨୦୧୬ ମସିହା ଅଗଷ୍ଟ ୩ତାରିଖରେ ବଲାଙ୍ଗିର ଜିଲ୍ଲାପାଳ ଦେଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏନେଇ ବଲାଙ୍ଗିର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପଯୁକ୍ତ ଖଣ୍ଡପୀଠ ଅଭାବରୁ ଶୁଣାଣିରେ ବିଳମ୍ବ ହୋଇଥିବା ନେଇ ଓଏଚଆରସି ପକ୍ଷରୁ କୁହାଯାଇଛି।