ପାଟଣାଗଡ଼ରେ ମଧୁବାବୁଙ୍କ ଜୟନ୍ତୀରେ ଲୟର୍ସ ଡେ’ ପାଳନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ କ୍ରିମିନାଲ ବାର ଆସୋସିଏସନ ତରଫରୁ ସ୍ଥାନୀୟ ଆସୋସିଏସନ ଅଫିସ ଗୃହରେ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ କ୍ରିମିନାଲ କୋର୍ଟ ବାର ଆସୋସିଏସନର ସଭାପତି ବିପିନ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଆଇନଜୀବୀ ଦର୍ପଗନ ପଟ୍ଟନାୟକ, ବାସୁଦେବ ପାଢ଼ୀ, ରାଣା ପ୍ରଧାନ, ସୁରେଶ ଜୈନ, ସୁଦାମ ନାୟକ ଓ ସଂଘର ସମ୍ପାଦକ ଜୟନ୍ତ ହୋତାଙ୍କ ସହ ବହୁ ଓକିଲ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ମଧୁବାବୁଙ୍କ ଫୋଟରେ ପୂଜାର୍ଚ୍ଚନା କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ମଧୁବାବୁଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ସେହିପରି ଉପଖଣ୍ଡ ପ୍ରଶାସନ ତରଫରୁ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଓ ପାଟଣାଗଡ଼ ତହସିଦଲାର ଲକ୍ଷଣ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।