ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତ୍ରରରେ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ଉପରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ଏହି ସମୟରେ ଦିଲ୍ଲୀ ପୁଲିସ ତରଫରୁ ହାଜର ହୋଇଥିବା ସଲିସୀଟର ଜେନେଲା ତୁଷାର ମେହେତା କହିଛନ୍ତି ଯେ, ବ୍ରିଜଭୂଷଣ ଉପରେ ଲାଗିଥିବା ଆରୋପ ମାମଲାରେ ଆଜି ଏଫଆଇଆର ଦାୟର ହୋଇଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ । ଏହାପରେ କୁସ୍ତିଯୋଦ୍ଧାଙ୍କ ତରଫରୁ ହାଜର ହୋଇଥିବା ଓକିଲ କପିଲ ସିବଲ ସୁରକ୍ଷା ଦାବୀ କରିଥିଲେ । ଯାଞ୍ଚ ପାଇଁ ଏସଟିଏଫ ଗଠନ କରିବାକୁ ମଧ୍ୟ ଦାବୀ କରିଥିଲେ । ଏକଥା ଦିଲ୍ଲୀ ପୁଲିସ କମିଶନର ଉପରେ ଛାଡ଼ିଦେବା ଉଚିତ ବୋଲି ସଲିସୀଟର ଜେନେରାଲ କହିଥିଲେ ।
ସୁପ୍ରିମକୋର୍ଟଙ୍କ ପୂର୍ବ ଜଜଙ୍କ ଦେଖାରେଖାରେ ମାମଲା ଯାଞ୍ଚ ହେବା କଥା କପିଲ ସିବଲ କହିଥିଲେ । ଏହି ଦାବୀ କିଛି ଅଧିକ ହୋଇଗଲା ବୋଲି ସଲିସୀଟର ଜେନେରାଲ ତୁଷାର ମେହତା କହିଥିଲେ ।