ସଲମାନଙ୍କୁ ମାରିବା ପାଇଁ ୪ ଲକ୍ଷ ଟଙ୍କାର ରାଇଫଲ କିଣିଥିଲା ଲୋରେନ୍ସ ବିସ୍ନୋଇ

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଲୋରେନ୍ସ ବିସ୍ନୋଇ ଏକ ବଡ଼ ଖୁଲାସା କରିଛି। ଜେରା ସମୟରେ ଲୋରେନ୍ସ କହିଛି ଯେ, ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମାରିବା ପାଇଁ ୨୦୧୮ରେ ହିଁ ସମସ୍ତ ପ୍ରସ୍ତୁତି ହୋଇସାରିଥିଲା । ସଲମାନଙ୍କୁ ମାରିବା ପାଇଁ ୪ଲକ୍ଷ ଟଙ୍କାର ରାଇଫଲ ମଧ୍ୟ କିଣା ଯାଇଥିଲା । ମୋ କମ୍ୟୁନିଟି କଦାପି ସଲମାନଙ୍କୁ କ୍ଷମା କରିବନି । ସେଥିପାଇଁ ସଲମାନ ସର୍ବସାଧାରଣରେ ବିସ୍ନୋଇ ସମାଜକୁ କ୍ଷମା ମାଗନ୍ତୁ ।

ସୂଚନାଯୋଗ୍ୟ, ଲୋରେନ୍ସ ବିସ୍ନୋଇ ଏବେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ପଞ୍ଜାବ ପୁଲିସ ହେପାଜତରେ ରହିଛି। ଲୋରେନ୍ସକୁ ଲଗାତାର ଜେରା ମଧ୍ୟ ଜାରି ରହିଛି ।