ଗଞ୍ଜେଇ କିଣି ସୁଶାନ୍ତଙ୍କୁ ଦେଉଥିଲେ ରିୟା

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ରିୟା ଗଞ୍ଜେଇ କିଣି ସୁଶାନ୍ତଙ୍କୁ ଦେଉଥିବା ନେଇ ଏନସିବିି ଆରୋପ ଲଗାଇଛି । ଏଥିରେ ରିୟାଙ୍କ ସମେତ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିବା ନେଇ ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଛି ।

ଏନଡିପିସି ଧାରା ୧୯୮୫ ଅନୁସାରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଏନସିବି ଗତ ମାସ ଚାର୍ଜସିଟ ଦାଖଲ କରିଥିଲା । ଚାର୍ଜସିଟ ଅନୁସାରେ, ସମସ୍ତ ଅଭିଯୁକ୍ତ ପରସ୍ପର ସହ ମିଶି ମାର୍ଚ୍ଚ ୨୦୨୦ ଏବଂ ଡିସେମ୍ବର ୨୦୨୦ ମଧ୍ୟରେ ଅପରାଧିକ ଷଡ଼ଯନ୍ତ୍ର ରଚିଥିଲେ ଯଦ୍ୱାରା ସେମାନେ ହାଇ ସୋସାଇଟି ଓ ବଲିଉଡରେ ନିଶା ପଦାର୍ଥର ବିତରଣ, ବିକ୍ରିି ଓ କିଣି ପାରିଥାନ୍ତେ ।