୯ଟି ହସ୍ପିଟାଲକୁ ଅକ୍ସିଜେନ କନସନଟ୍ରେଟର ଯୋଗାଇଲେ ଆଇନମନ୍ତ୍ରୀ

କୁଆଁପାଳ,ଏନ୍ଏନ୍ଏସ୍: ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମକ୍ରମେ ଆମେରିକାନ ଫାଉଣ୍ଡେସନ ପକ୍ଷରୁ ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୯ଟି ହସ୍ପିିଟାଲକୁ ୧୦ଟି ଅକ୍ସିଜେନ କନସନଟ୍ରେଟର ଯୋଗାଇ ଦିଆଯାଇଛି। ଚିଦାନନ୍ଦ ମେମୋରିଆଲ ହସ୍ପିଟାଲ ମୂଳବସନ୍ତକୁ ୨ଟି, ଜଗନ୍ନାଥପୁର ସିଏଚସି, ନଡିଆସାହାସପୁର ଏରିଆ ହସ୍ପିଟାଲ, ଏରକଣା ପିଏଚସି, ଭଦ୍ରେଶ୍ୱର ପିଏଚସି, ବାସୁଦେବପୁର ପିଏଚ୍ସି, ଅସୁରେଶ୍ୱର ପିଏଚସି, ନଗେଶପୁର ପିଏଚସି ଓ ହାଣ୍ଡିଭଙ୍ଗା ପିଏଚସିକୁ ଗୋଟିଏ ଲେଖାଏଁ ମେସିନ ଯୋଗାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ କରୋନା ଚିକିତ୍ସା କ୍ଷେତ୍ରରେ ଏହି ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସନ୍ତୋଷ ମହାନ୍ତି, ଡାକ୍ତର ଅମିତ ଜେନା, ଡାକ୍ତର ସାୟଂ ପ୍ରକାଶ ପରିଡ଼ା, ଡାକ୍ତର ଉମୋ ରାୟ, ଇଂଜିନିୟର ଭବାନୀ ମିଶ୍ର, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ମାହାଙ୍ଗା ବ୍ଲକ ସଭାପତି ରାଜକିଶୋର ଜେନା ଓ ସରପଞ୍ଚ ଭବାନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।