ହରିଶଙ୍କର ଝରଣା କୂଳରେ ଲାଠି ମାଡ ଘଟଣା , ୧୦ ଯୁବକ ଥାନାରେ ଅଟକ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଟି ଗଣ୍ଡଗୋଳ ଘଟଣା ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତର ଖାନା ପଠା ଯାଇଥିବା ଜଣା ପଡ଼ିଛି । ଗଣ୍ଡଗୋଳ ଘଟଣା ରେ ୧୦ ଜଣ ଯୁବକ ଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଥିବା ଜଣାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ଝରଣା କୂଳରେ ମଦ ପିଇବାକୁ ବାରଣ କରିଥିଲେ । ଏଥିରେ ଯୁବକ ମାନେ ଉତ ଖିପ୍ତ ହୋଇ ବଚସା ହେବାସହ ଶେଷରେ ଉଭୟଙ୍କ ମଧ୍ୟରେ ଲାଠି ମାଡ଼ ହୋଇଥିଲା ।ଉଭୟ ପକ୍ଷ ମଧ୍ୟରେ ମାର ପିଟ୍ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗଣ୍ଡଗୋଳ ଅଟକାଇ ଥିଲେ ।

ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତର ଖାନା ପଠାଯାଇଥିବା ଜଣା ଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ହରିଶଙ୍କର ଝରଣା କୁଳ ରେ ଅନେକ ଅସାମାଜିକ ଯୁବକ ମାନେ ଖୁଲୁମ୍ ଖୁଲା ମଦ ପିଉଥିବା ବେଳେ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା ଯୋଗୁ ଅନେକ ସମୟରେ ଛୋଟ ବଡ଼ ଘଟଣା ଘଟୁଥିଲେ ହେ ପୋଲିସ ଚୁପ ରହୁ ଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି।

ଖପ୍ରାଖୋଲ ପୋଲିସ ଗତ ୫ ତାରିଖ ସନ୍ଧ୍ୟା ରେ କିଛି ମଦ୍ୟପ ଙ୍କୁ ଥାନାରେ ଅଟକ ରଖି ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରି ଛାଡିଥିବା ଜଣାଯାଇଛି। ଝରଣା କୁଳ ରେ ଅସାମାଜିକ ମାନଙ୍କ ଦ୍ୱୋରତ୍ମ୍ୟ ବନ୍ଦ କରିବାକୁ ଦାବୀ ହେଉଛି। ଏଠାରେ ପ୍ରଶ୍ନ ଉଠେ ଯେ ଖପ୍ରାଖୋଲ ପୋଲିସ ର ଅଣଦେଖା ଯୋଗୁ ପବିତ୍ର ହରିଶଙ୍କର ପୀଠରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି। ତେଣୁ ପାଟଣାଗଡ଼ ପ୍ରଶାସନ ଓ ଖପ୍ରାଖୋଲ ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।