ସୁସ୍ଥ ହୋଇ ଘରକୁ ଫେରିଲା ଅର୍ଦ୍ଧ ଦଗ୍ଧ ଶିଶୁକନ୍ୟା ସ୍ନେହା ମିଳୁଛି ଶୁଭେଚ୍ଛାର ସୁଅ

ଦେବଗଡ଼,ଏନ୍ଏନ୍ଏସ୍: ନିଆଁରେ ପୋଡି ଗୁରତର ହୋଇ କଟକ ଏସସିବି ରେ ଚିକିତ୍ସାଧୀବାରକୋଟ ଥାନା ଅନ୍ତର୍ଗତ ଚକ୍ରପାଲି ଗ୍ରାମର ଶିଶୁ କନ୍ୟା ସ୍ନେହା ସୁସ୍ଥ ହୋଇ ଘରକୁ ଫେରିଛି l ସ୍ନେହାର ଘର ବାହୁଡା ସହ ପରିବାରରେ ଫେରିଛି ରଜର ଖୁସି l ଗତ ନଭେମ୍ବର ମାସରେ ନିଆଁ ପୁଁ ଥିବା ବେଳେ ୮ ବର୍ଷୟା ଶିଶୁ କନ୍ୟାର ପିନ୍ଦା ଡ୍ରେସ ରେ ନିଆଁ ଲାଗି ଗୁରୁତର ହୋଇଥିଲା ସ୍ନେହା l

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ମା ଛେଉଣ୍ଡ ଶିଶୁ କନ୍ୟା ସ୍ନେହାର ଅଜା କ୍ଷୀରୋଦ ନାଏକ ଓ ଆଇ ଜେମା ନାଏକ ଅର୍ଥାଭାବ କାରଣରୁ ଶିଶୁ କନ୍ୟାର ସମ୍ପୂର୍ଣ ଚିକିତ୍ସା କରାଇନପାରି ଘରକୁ ନେଇ ଆସିଥିଲେ l ତେବେ କିଛି ଦିନ ପରେ ଶିଶୁ କନ୍ୟାର ଶରୀରରେ ଘା ଗୁରୁତର ହୋଇ ଶରୀରରେ ସଂକ୍ରମଣ ହୋଇଥିଲା l ମା ଛେଉଣ୍ଡ ସ୍ନେହାର ବାପା ସ୍ତ୍ରୀ ର ମୃତ୍ୟୁ ପରେ ଅନ୍ୟ ଜଣେ ମହିଳାଙ୍କୁ ନେଇ ଘର ଛାଡି ଚାଲିଯିବା କାରଣରୁ ଶିଶୁ କନ୍ୟାର ଯତ୍ନର ଦାଇତ୍ୱ ବୁଡ଼ା ଅଜା ଆଇ ନିଜ କାନ୍ଧରେ ବହନ କରିଥିଲେ l ତେବେ ଦିନ ମଜୁରୀ କରି ପରିବାର ପାଳୁଥିବା ବୃଦ୍ଧ ଦମ୍ପତି ଶିଶୁ କନ୍ୟାର ଉତ୍ତମ ଚିକିତ୍ସା ପାଇଁ ଅସମର୍ଥ ଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହେବା ପରେ ବାରକୋଟ ବ୍ଲକ ବିଡିଓ ଆକାଶ ସାହୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା କରିବା ସହ ବ୍ଲକ ର ଓଏଲଏମ କର୍ମଚାରୀ ମାନେ ମିଳିତ ଭାବେ ଅର୍ଥ ସଂଗ୍ରହ କରି ଶିଶୁ କନ୍ୟାର ଅଜା ଆଇଙ୍କୁ ଦେବାସହ ଶିଶୁକୁ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରିଥିଲେ l

ଶିଶୁ କନ୍ୟା ସ୍ନେହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଏସି କ୍ୟାବିନ ରେ ରଖାଯାଇ ଚିକିତ୍ସା ଆରମ୍ଭ ହେବାର କିଛିଦିନ ପରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ତିଳେଇବଣି ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେବା ପରେ ଅଦାଲତ ରେ ଜାମିନ ନା ମଂଜୁର ହୋଇ ଜେଲ ହାଜତ କୁ ପଠା ଯାଇଥିଲା l ମାତ୍ର ଜେଲ ରେ ପହଂଚିବା ପରେ ବିଧାୟକଶ୍ରୀ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବା କାରଣରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ନେହାକୁ ରହୁଥିବା ଏସି କ୍ୟାବିନରୁ ବାହାର କରି ସାଧାରଣ ୱାର୍ଡ ରେ ରଖି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଉକ୍ତ କ୍ୟାବିନ ରେ ଭର୍ତି କରିଥିଲେ l ପ୍ରବଳ ଗରମ ଯୋଗୁଁ ସାଧାରଣ ୱାର୍ଡ ରେ ଅର୍ଦ୍ଧ ଦଗ୍ଧ ସ୍ନେହା ର ଅବସ୍ଥା ଜଟିଳ ହେବା ସହ ପୋଡା ଘା ଜ୍ୱାଳାରେ ସ୍ନେହାର ଚିତ୍କାର ପାଖରେ ଥିବା ଅନ୍ୟ ରୋଗୀ ଓ ସମ୍ପର୍କୀୟଙ୍କୁ ବ୍ୟଥିତ କରିଥିଲା l

ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ସ୍ବେଛାସେବୀ ସଂଗଠନ ହ୍ୟାପି ଟୁ ହେଲ୍ପ ର ସଦସ୍ୟ ମାନେ ଗୁରୁତର ସ୍ନେହାକୁ ଅନ୍ୟ ଏକ ଦେୟ ଯୁକ୍ତ ଏସି କ୍ୟାବିନ ରେ ଭର୍ତି କରି ଚିକିତ୍ସା ଆରମ୍ଭ କରିବା ସହ ବହୁ ବ୍ୟକ୍ତି ବିଶେଷଙ୍କ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଓ ପୂର୍ବତନ ପୂର୍ତ୍ତ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ପ୍ରଚେଷ୍ଟାରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସ୍ନେହାକୁ ଆମ୍ବୁଲାନ୍ସ ସାହାଯ୍ୟରେ କଟକ ଏସସିବି କୁ ସ୍ଥାନାନ୍ତର କରି ସମ୍ପୂର୍ଣ ଚିକିତ୍ସା କରାଇଥିଲେ l

ଗତକାଲି ରାତିରେ ସ୍ନେହା କଟକ ଏସସିବି ରୁ ସୁସ୍ଥ ହୋଇ ନିଜ ଗ୍ରାମକୁ ଫେରିବା ପରେ ଆଜି ରାଜ ଉତ୍ସବ ପରିପେକ୍ଷୀରେ ସ୍ଵେଛାସେବୀ ସଂସ୍ଥା ହ୍ୟାପି ଟୁ ହେଲ୍ପର ସଦସ୍ୟ ବୃନ୍ଦ ଚକ୍ରପାଲି ଗ୍ରାମସ୍ଥିତ ସ୍ନେହାର ଘରକୁ ଯାଇ ଭେଟିବା ସହ ରଜ ଉପଲକ୍ଷେ ନୂତନ ଡ୍ରେସ ଓ ମିଠା ପ୍ରଦାନ କରି ସ୍ନେହାର ଦୀର୍ଘଜୀବନ କାମନା କରିଥିଲେ l