ଜୁଲାଇରେ ୫ଜି ସେବା ପାଇଁ ଆରମ୍ଭ ହେବ ନିଲାମି

ନୂଆଦିଲ୍ଲୀ: ଭାରତରେ ୫ଜି ସେବାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ୫ଜି ଦୂର ସଞ୍ଚାର ସେବା ପାଇଁ ସ୍ପେକ୍ଟ୍ରମ ନିଲାମିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସ୍ପେକ୍ଟ୍ରମର ନିଲାମି ଆଗାମୀ ମାସ ଆରମ୍ଭ ହେବ । ଦୂରସଞ୍ଚାର ମନ୍ତ୍ରଣାଳୟର ପ୍ରସ୍ତାବ ମୁତାବକ ସ୍ପେକ୍ଟ୍ରମକୁ ଆଗାମୀ ୨୦ ବର୍ଷ ପାଇଁ ନିଲାମ କରାଯିବ ।

ସରକାରଙ୍କ ତରଫରୁ ୫ଜି ସର୍ଭିସ ଆରମ୍ଭ କରିବାକୁ ନେଇ ତାରିଖ ଘୋଷଣା କରାଯାଇ ନାହିଁ । ଯେଉଁ କମ୍ପାନୀ ସ୍ପେକ୍ଟ୍ରମ କିଣିବ ତାକୁ ୬ ମାସରୁ ବର୍ଷକ ମଧ୍ୟରେ ସେବା ଆରମ୍ଭ କରିବାକୁ ପଡ଼ିବ । ଅନେକ ଟେଲିକମ ଅପରେଟର ନିଜ ପ୍ରସ୍ତୁତି କରି ସାରିଛନ୍ତି । କମ୍ପାନୀ ସ୍ପେକ୍ଟ୍ରମ କିଣିବାର ୩ରୁ ୬ ମାସ ମଧ୍ୟରେ ସେବା ଆରମ୍ଭ କରିପାରିବେ । ବର୍ତ୍ତମାନ ମହଜୁଦ ଥିବା ୪ଜି ସେବାଠାରୁ ୫ଜି ସେବା ୧୦ ଗୁଣା ଅଧିକ ଦ୍ରୁତ ହେବ ।