ଜିଲ୍ଲାରେ କୋଭିଡ ଡାକ୍ତରଖାନା ସ୍ଥାପନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ କିଛିଦିନ ଧରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଚି। ବର୍ତ୍ତମାନ ଦେବଗଡ଼ ପଲିଟେକନିକ ବିଦ୍ୟାଳୟ କୋଠାକୁ ଅସ୍ଥାୟୀ କୋଭିଡ ଡାକ୍ତଖାନା କରାଯାଇ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରା ଯାଉଥିବା ବେଳେ ଗୁରୁତର ରୋଗୀଙ୍କୁ ସମ୍ବଲପୁର, କେନ୍ଦୁଝର ଓ ଅନୁଗୁଳ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେବାକୁ ପଡୁଛି ।

ଏଭଳି ସ୍ଥିତିରେ ରୋଗୀଙ୍କ ପରିବାର ଲୋକ ନାନା ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାରେ କରୋନା ମହାମାରୀର ଗୁରୁତର ସମସ୍ୟାକୁ ହୃଦୟଙ୍ଗମ କରି ଆଜି ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ଏକପତ୍ର ଲେଖି ଅବଗତ କରାଇବା ସହ ଶ୍ରୀ ଗଙ୍ଗଦେବଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦେବଗଡ଼ ବିଧାନସଭା କ୍ଷେତ୍ରରେ ତୁରନ୍ତ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ସ୍ଥାପନ ପାଇଁ ଦାବି କରିଛନ୍ତି।