ମୁମ୍ବାଇ,ଏଜେନ୍ସି: ପଞ୍ଚଭୂତରେ ଲୀନ ହେଲେ ଭାରତର ନାଇଟଆଙ୍ଗେଲ ଲତା ମଙ୍ଗେସକର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ସବୁଦିନ ପାଇଁ ବିଦାୟ ଦିଆଯାଇଛି।
ରବିବାର ସକାଳେ ଭାରତ ରତ୍ନ ଲତା ମଙ୍ଗେସକର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦେହାନ୍ତ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଏହାପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ତେବେ ଦିବଙ୍ଗତ ଲତା ମଙ୍ଗେସକରଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ଦର୍ଶନ ପାଇଁ ସଂଧ୍ୟାରେ ମୁମ୍ୱାଇ ପହଞ୍ଚଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ ମୁମ୍ୱାଇର ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅନ୍ତିମ ସଂସ୍କାର ବେଳେ ବହୁ ବିଶିଷ୍ଟ ଅଭିନେତା, ନେତା, ମନ୍ତ୍ରୀ, ସଙ୍ଗୀତଜ୍ଞ ଆଦି ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସୋମବାର ପର୍ଯ୍ୟନ୍ତ ଲତାଙ୍କ ସ୍ମୃତିରେ ଦୁଇ ଦିନିଆ ରାଷ୍ଟ୍ରୀୟ ଲୋକ ଘୋଷଣା କରିଛନ୍ତି। ଏହାସହ ଜାତୀୟ ପତାକାକୁ ମଧ୍ୟ ଅର୍ଧନିମିତ୍ତ କରାଯାଇଛି।