ଧରପଗଡ଼ରେ ବିଜେଡିର କର୍ମୀ ସମ୍ମିଳନୀ, ବିଜେଡିରେ ସାମିଲ ହେଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକକୁ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ଆଦର୍ଶ ବ୍ଲକ ଭାବେ ଜଣାଯାଏ। ସବୁବେଳେ ଏହି ବ୍ଲକରେ ଥିବା ଗରିବଙ୍କ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ସହ ଅନେକ ବିକାଶ କାର୍ଯ୍ୟ ମଧ୍ୟ କରିସାରିଛନ୍ତି। ତେବେ ସଇଁନ୍ତଳା ବ୍ଲକରେ ଶାସକ ଦଳର ଭରସାଯୋଗ୍ୟ ନେତା ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଚନ୍ଦ୍ର ବଦନ ପୁରୋହିତ, ଦଳୀୟ କର୍ମକର୍ତ୍ତା, ବୁଦ୍ଧିଜୀବୀ, ସମାଜସେବା ଓ ତାଙ୍କ ସରଳତାକୁ ନେଇ ଆଦରଭାବ ରହିଛି।

କିଛି ଦିନ ପରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ରାଜ୍ୟ ସରକାର ଓ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ସ୍ଥାନୀୟ ଧରପଗଡ଼ ଠାରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଉପସ୍ଥିତରେ ହରିସଚନ୍ଦ୍ର ପଧାନ, ନୀଳକଣ୍ଠ ଦଣ୍ଡିଆ, ସଦନ ମନହିରା, ସୁରଥ ଦାନୀ, ଭିକାରୀ ଦଣ୍ଡିଆ, ଗୋଲକ ପଧାନ, ତପନ ଭୋଇ, ମନୋଜ କୁମ୍ଭାର, ମକୁନ୍ଦ ମହାକୁର, ସୁଶୀଳ ମହାକୁର, ଯୁଗୀନ ବଗର୍ତ୍ତି, ପରମା ବଗର୍ତ୍ତି, ରୁଷି ସାହୁ, ଭୁବନ ବାରିକ, ନବୀନ କୁମ୍ଭାର, ରହିତ ଦଣ୍ଡସେନା, ଆନନ୍ଦ ଦଣ୍ଡିଆ,ପ୍ରେମ ରାଜ ରଣା ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।

ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜ କିଶୋର ଡାଙ୍ଗ,ନରେନ୍ଦ୍ର ଭୋଇ, କାହ୍ନୁ ଚନ୍ଦ୍ର ସିଂ ବାବୁ, ଦୀପାଞ୍ଜଳି ଡାଙ୍ଗ, ଗୋପାଳ ଚନ୍ଦ୍ର ବାବୁ, ଆନନ୍ଦ ଠାକୁର, ଟିକ୍ରାପଡ଼ାର ୩୦ ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ହିମାଞ୍ଚଳ ବୁଡେକ, ସ୍ଥାନୀୟ ସମିତି ସଭ୍ୟ ପ୍ରାର୍ଥୀ ଫକୀର ଚରଣ ପଣ୍ଡା ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।