ରାକ୍ଷୀ ପୂର୍ଣ୍ଣିମାରେ ମୋଦୀଙ୍କୁ ଉପହାର ମାଗିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ବିଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି। ଉକ୍ତ ଭିଡିଓକୁ ସେ ଟ୍ୱିଟରରେ ପୋଷ୍ଟ କରି କରୋନା ମହାମାରୀ ଯୋଗୁ ରାକ୍ଷୀ ପଠାଇ ପାରିନଥିବା କଥା ଉଲ୍ଲେଖ କରିଛନ୍ତି। ଏଥିସହିତ ଭାରତକୁ ବିକାଶ କ୍ଷେତ୍ରରେ ଆହୁରି ଆଗକୁ ନେଇଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମାଗିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲତା ମଙ୍ଗେସକରଙ୍କୁ ଉତ୍ତର ଦେବାକୁ ଯାଇ ଲେଖିଛନ୍ତି ଯେ, ‘ଲତା ଦୀଦୀ ରାକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କ ଏହି ବାର୍ତ୍ତା ଅସୀମ ପ୍ରେରଣା ଦେବା ସହ ଶକ୍ତି ପ୍ରଦାନ କରିବ। କୋଟି କୋଟି ମା-ଭଉଣୀଙ୍କ ଆର୍ଶୀବାଦ ଯୋଗୁ ଆମ ଦେଶ ନୂଆ ସଫଳତା ହାସଲ କରିବ। ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି କି ଆପଣ ସୁସ୍ଥ ଓ ଦୀର୍ଘାୟୁ ରୁହନ୍ତୁ।’