ବଲାଙ୍ଗିରରୁ ୫୧ କରୋନା ସଂକ୍ରମିତ ଚିହ୍ନଟ: ସଂଖ୍ୟା ୫୦୦କୁ ବୃଦ୍ଧି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପ୍ରଥମଥର ପାଇଁ ଦିନକରେ ୫୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଜୁଲାଇ ୩୧ ତାରିଖରେ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅଗଷ୍ଟ ୧ ତାରିଖରେ ୩୮ ଜଣ ଚିହ୍ନଟ ହୋଇଥିଲେ। ତେବେ ୨ ତାରିଖରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ହେଲେ ଆଜି ୫୧ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ଅଧିକ ରହିଛନ୍ତି।