ପଶ୍ଚିମବଙ୍ଗ,ଏଜେନ୍ସି: ପଶ୍ଚିମବଙ୍ଗରେ ଆଜି ଶେଷ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଏଥିରେ ୮୪ ଲକ୍ଷ ୭୮ ହଜାର ଭୋଟର ୩୫ଟି ଆସନରେ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜିଲ୍ଲାରୁ ୩୫ ଜଣ ମହିଳା ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି।
୩୫ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୧ଟିକୁ ରେଡ ଆଲର୍ଟ ଭାବରେ ଘୋଷଣା କରାଯାଇଛି। ଆଜିର ମତଦାନ ପାଇଁ ୧୧,୮୬୦ ବୁଥ୍ ରହିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୬୪୧ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ଏଥିସହ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ତାଗିଦ କରାଯାଇଛି।