ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀର ଏକ ବସ୍ତିରେ ଗ୍ୟାସ ସିଲିଣ୍ଡର ଫାଟିବା ଗୋଟିଏ ପରିବାର ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ସ୍ଥାନାନ୍ତର ନିକଟରେ ଦୁଇଟି ବସ୍ତିରେ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୨ଟି ବସ୍ତି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ଏନେଇ ଡିସିପି ପ୍ରତାପ ସିଂହ କହିଛନ୍ତି ଯେ, ଅଗ୍ନିକାଣ୍ଡ ଖବରପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହାସହ ଗୁରୁତରଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।