ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଶେଷ ତାରିଖ ଘୋଷିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ମିଶନ ଶକ୍ତି ଗୃହରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଆବେଦନର ଶେଷ ତାରିଖ ଘୋଷଣା କରାଯାଇଛି । ଯେଉଁମାନେ ଭୋଟର ତାଲିକାରେ ସଂଶୋଧନ କିମ୍ବା ନୂତନ ଭାବେ ନାମ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଅନଲାଇନ୍ ହେଉ କି ଅଫଲାଇନ୍ ମାଧ୍ୟମରେ ଡିସେମ୍ବର ୯ ତାରିଖ ପୂର୍ବରୁ ସଂଶୋଧନ କରିବାକୁ ପଡ଼ିବ । ଏହା ପରେ ଆଉ ଆବେଦନ ଗ୍ରହଣ କରାଯିବ ନାହିଁ । ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ କହିଛନ୍ତି । ବିଶେଷ କରି ଯେଉଁମାନେ ୧୮ ବର୍ଷ କିମ୍ବା ୧୮ ବର୍ଷରୁ ଊର୍‌ଦ୍ଧ୍ୱ ସେମାନେ ତୁରନ୍ତ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଡା. ମିଶ୍ର ପରାମର୍ଶ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।