୧୫୦୦ ଲୋକଙ୍କୁ ଛଟେଇ କରିବ ‘ସ୍ପୋଟିଫାୟ’

ନୂଆଦିଲ୍ଲୀ: ଅନଲାଇନ୍ ମ୍ୟୁଜିକ ଷ୍ଟ୍ରିମିଂ ସର୍ଭିସ ପ୍ରୋଭାଇଡର କମ୍ପାନୀ ‘ସ୍ପୋଟିଫାୟ’ ସମଗ୍ର ଦେଶର ୧୫୦୦ କର୍ମଚାରୀଙ୍କୁ ଛଟେଇ କରିବ । ଏହା ହେଉଛି ସ୍ପୋଟିଫାୟର ଚଳିତ ବର୍ଷର ୩ୟ ଛଟେଇ । ଏହାପୂର୍ବରୁ ଜାନୁଆରୀରେ ୬ ପ୍ରତିଶତ ଓ ଜୁନରେ ୨ ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ ନେଇ ଘୋଷଣା କରିଥିଲା । ଏନେଇ ସ୍ପୋଟିଫାୟ ଚିଫ ଏକଜିକ୍ୟୁଟିଭ ଅଫିସର ଡେନିୟଲ ଇକ ସୂଚନା ପ୍ରଦାନ କରିଛନ୍ତି । ଚାକିରିରେ ଏହି ଛଟେଇ ଯୋଜନାବଦ୍ଧ ଭାବେ କରାଯାଉଛି ଯଦ୍ୱାରା କମ୍ ୱାର୍କଫୋର୍ସ ସହ ଲାଭ ଉପରେ ଜୋର ଦିଆଯାଇଛି ବୋଲି ଡାନିୟଲ କହିଛନ୍ତି ।