ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ: ୯ ଜଣ ଜବାନ ଗୁରୁତର

ମାଲକାନଗିରି ,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଆଜି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଥିବାବେଳେ ୯ ଜଣ ଜବାନ ଗୁରୁତର ହୋଇଛନ୍ତି। ସୂଚନା ଅନୁ ଯାୟୀ ମାଲକାନଗିରି ସଦର ମହକୁମାରୁ ମାତ୍ର ୪୦ କିଲୋମିଟର ଦୂରରେ ଛତିଶଗଡ ସୁକୁମା ଥାନା ଗୁର୍କାପାଲ କ୍ୟାମ୍ପର କୋବ୍ରା ବାହିନୀ କୁମ୍ବିଂ ଅପରେସନ ସାରି ଫେରୁଥିବା ମାଓବାଦୀମାନେ ଆଗରୁ ଜାଣି ତାଲମେଟଲା ନିକଟରେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।

ରାତି ସମୟ ହୋଇଥିବାରୁ ଲ୍ୟାଣ୍ଡମାଇନ ସମ୍ବନ୍ଧରେ କୋବ୍ରା ବାହିନୀର ଜବାନମାନେ ଜାଣି ପାରି ନଥିଲେ। ଉକ୍ତ ଲ୍ୟାଣ୍ଡମାଇନ ବିସ୍ପୋରଣ ଫଳରେ କୋବ୍ରାର ଆସିଷ୍ଟାଂଣ୍ଡ କମାଣ୍ଡାଣ୍ଟ ନିତିନ ଭାଲେରାବ ବୋଲି ସୂଚନା ମିଳିଛି। ଅନ୍ୟଜଣେ ସେକେଣ୍ଡ ଇନ କମାଣ୍ଡ ଦିନେଶ ସିଂଙ୍କ ସମେତ ୯ ଜଣଙ୍କୁ ସଙ୍ଗେ ସଙ୍ଗେ ରାୟପୁର ସ୍ଥାନାନ୍ତର କରା ଯାଇଛି। ବର୍ତମାନ ଉକ୍ତ ଅଞ୍ଚଳକୁ ଜବାନ ମାନେ ଚାରିପଟୁ ଘେରି କୁମ୍ବିଂ ଅପରେସନ ଓ ତଲାସି ଅଭି ଯାନି ଜୋରଦାର କରିଛନ୍ତି।