ଭାଙ୍ଗିଲା ୪୬ ବର୍ଷର ପରମ୍ପରା , ଏ ବର୍ଷ ହେବନି ରାଜନଗରରେ ବୋଇତ ବନ୍ଦାଣ

ପାଟଣା, ଏନ୍ଏନ୍ଏସ୍: କରୋନା କଟକଣା ପାଇଁ ଭାଙ୍ଗିଲା ୪୬ ବର୍ଷ ର ପରମ୍ପରା। ଚଳିତବର୍ଷ ପାଟଣା ବ୍ଲକ୍ ରାଜନଗରରେ ପାଳିତ ହେବନାହିଁ ବୋଇତ ବନ୍ଦାଣ ଉତ୍ସବ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ବୋଇତ ବନ୍ଦାଣ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉକି, ପ୍ରତ୍ୟେକ ବର୍ଷ ରାଜନଗରସ୍ଥିତ ପୁଣ୍ୟତୋୟା ବୈତରଣୀ ନଦୀର ଶୈବ୍ୟାକାବେରୀ ପୀଠରେ କେନ୍ଦୁଝର , ପୋଡ଼ଶୀ ଜିଲ୍ଲା ମୟୁରଭଞ୍ଜ ଓ ପୋଡ଼ଶୀ ରାଜ୍ୟ ଝାରଖଣ୍ଡ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାରେ ବୁଡ଼ ପକାଇବା ସହିତ ଡ଼ଙ୍ଗା ଭସାଇ ମହାପ୍ରଭୁ ଜଗନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି। କରୋନା କଟକଣା କୁ ଆଖି ଆଗରେ ରଖି କମିଟି ପକ୍ଷରୁ ବାବୁଲି ସିଂହ, ଭାଗିରଥି ସିଂହ, ଧରଣୀଧର ଦାଶ, ଦେବେନ୍ଦ୍ର, ସିଂହ, ରଞ୍ଜନ ପାଣି, ବସନ୍ତ ମିଶ୍ର , ତୃପ୍ତି ରଞ୍ଜନ ସିଂହ ଉକ୍ତ ଉତ୍ସବକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି।