କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତସ୍ଥିତ ଇନ୍ଦିରା କଲୋନୀରେ ଏକ ବୃଦ୍ଧା ଆଶ୍ରମ ନିର୍ମାଣ ହୋଇଛି। ଏଥିନିମନ୍ତେ ଉକ୍ତ କଲୋନୀରେ ବସବାସ କରୁଥିବା ୧୩ ପରିବାରର ଚାଷ ଉପଯୋଗୀ ଜମି ଓ ଘରଗୁଡ଼ିକ ବୃଦ୍ଧା ଆଶ୍ରମ ପାଚେରି ମଧ୍ୟରେ ଥିବାରୁ ଉକ୍ତ ଜାଗାକୁ ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରଯାଇଥିଲା। ଜମି ଅଧିଗ୍ରହଣକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଓ ଘର ହରାଇଥିବା ପରିବାରଙ୍କୁ ଥଇଥାନ ନିମନ୍ତେ ପ୍ରତିଶ୍ର୍ରୁତି ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଚଳିତ ମାସ ୪ ତାରିଖରେ ପ୍ରତି ପରିବାର ପିଛା ୪ ସେଣ୍ଟ ଘରବାଡ଼ି ପଟ୍ଟା ବଣ୍ଟନ କରଯାଇଥିଲା। ଆଜି କୋରୁକୋଣ୍ଡା ସରପଞ୍ଚ ବଂଶୀଧର ମୁଦୁଲି, ବିଡ଼ିଓ ଅଂଶୁମାନ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମହାନ୍ତି, ପିଇଓ ବିରାରାମ ଭୂମିଆ, ବିପିସି ବିପିନ ରାୟ, ବିଏପି ଶୁଭଙ୍କର ମଣ୍ଡଲ ଓ କଳାଚନ୍ଦ ମଣ୍ଡଳଙ୍କ ଉପସ୍ଥିତିରେ ବିସ୍ଥାପିତ ୧୦ ପରିବାରଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦିଆଯିବା ସହ ୯୦ ଦିନ ଭିତରେ ଘର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।