ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସୋପିୟାଁରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ବୁରହାନ ବାନୀର ଦାଦା ପୁଅ ଇମତିଆଜ ଶାହଙ୍କୁ ସୁରକ୍ଷାବଳ ନିହତ କରିଛି। ଇମତିଆଜ ଶାହ ଗାଜବା-ଏ-ହିନ୍ଦର କମାଣ୍ଡର ଥିଲେ।
ସୂଚନାଯୋଗ୍ୟ, ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ କାଲିଠୁ ହିଁ ଏନକାଉଣ୍ଟର ଜାରି ରହିଥିଲା। ଏବେସୁଦ୍ଧା ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହିତ ସେନାର ଜଣେ ଅଧିକାରୀ ସମେତ ୪ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସେନାର ୯୨ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।