ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାରେ କରୋନାର ଦ୍ଵିତୀୟ ଲହରକୁ ରୋକିବା ଲାଗି ପ୍ରଶାସନ ଓ ପୁଲିସ ପକ୍ଷରୁ ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଦେବଗଡ଼ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ପ୍ରଦୀପ କୁମାର ପାତ୍ର ପ୍ରମୁଖ ପୌର କର୍ମଚାରୀଙ୍କ ସହ ସଦଳବଳେ ଦେବଗଡ଼ ସହରର ମୁଖ୍ୟ ବଜାର ସମେତ ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବୁଲି ଲୋକଙ୍କୁ ସାମାଜିକ ଦୂରତା ପାଳନ ଓ ମାସ୍କ ବ୍ୟବହାର ପାଇଁ ସଚେତନ କରାଇଥିଲେ। ଏଥିସହ ବ୍ୟବସାୟୀଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ସାମାଜିକ ଦୂରତା ପାଳନ ପାଇଁ ତାଗିଦ କରିଥିଲେ। ଆଉ ନିୟମ ଖିଲାପ କଲେ ଜୋରିମାନା ସହ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ କରାଯିବାର ଚେତାବନୀ ମଧ୍ୟ ଦେଇଥିଲେ।