ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ; ନିୟମ ଉଲ୍ଲଂଘନକାରୀ ୪ ବ୍ୟାଙ୍କକୁ ଲକ୍ଷାଧିକ ଟଙ୍କା ଜୋରିମାନା

ମୁମ୍ବାଇ, ଜୁନ ୩୦ (ଖବର ଓଡ଼ିଶା): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୪ କୋଅପରେଟିଭ ବ୍ୟାଙ୍କକୁ ଜୋରିମାନା ଲଗାଇଛି। ଏହି ବ୍ୟାଙ୍କ ଗୁଡ଼ିକ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ଜୋରିମାନା ଦେବାକୁ ପଡ଼ିବ। ଯେଉଁ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି, ସେମାନେ ହେଲେ ଆନ୍ଧ୍ର ପ୍ରଦେଶର ମହେଶ କୋଅପରେଟିଭ ଅର୍ବାନ ବ୍ୟାଙ୍କ, ଅହମଦାବାଦର ମର୍କେଟାଇଲ କୋଅପରେଟିଭ ବ୍ୟାଙ୍କ, ଏସବିସି ସହକାରୀ ବ୍ୟାଙ୍କ ଏବଂ ସାରସ୍ୱତ ସହକାରୀ ବ୍ୟାଙ୍କ। ଏଥିରୁ ୨ଟି ବ୍ୟାଙ୍କ ମୁମ୍ବାଇରେ ଅଛି।

ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ହାଇଦ୍ରାବାଦସ୍ଥିତ ମହେଶ କୋଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୧୧୨.୫୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛି। ଏହା ବ୍ୟତୀତ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମର୍କେଟାଇଲ କୋଅପରେଟିଭ ବ୍ୟାଙ୍କୁ ୬୨ ଳକ୍ଷ ୬୨ ହଜାର ଟଙ୍କା, ଏସବିସି ସହକାରୀ ବ୍ୟାଙ୍କକୁ ୩୭.୫୦ ଲକ୍ଷ ଟଙ୍କା ଓ ସାରସ୍ୱତ ସହକାରୀ ବ୍ୟାଙ୍କକୁ ୨୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।

କେନ୍ଦ୍ରୀୟ ବ୍ୟାଙ୍କ କହିବା ଅନୁସାରେ ମହେଶ କୋଅପରେଟିଭ ବ୍ୟାଙ୍କ ଜମା ଉପରେ ସୁଧ ଦର ଏବଂ ନିଜର ଗ୍ରାହକଙ୍କୁ ଯିବା ସଂପର୍କିତ ନିୟମ ଉଲ୍ଲଂଘନ ହୋଇଥିଲା। ମର୍କେଟାଇଲ କୋଅପରେଟିଭ ବ୍ୟାଙ୍କ ଜମା ଉପରେ ସୁଧ ଦର ଉପରେ ମାଷ୍ଟର ନିର୍ଦ୍ଦେଶ ମାନଦଣ୍ଡ ଉଲ୍ଲଂଘନ କରାଯାଇଥିବା ଜଣାପଡ଼ିଥିଲା। ସେହିପରି ଅନ୍ୟ ୨ଟ ବ୍ୟାଙ୍କ ମଧ୍ୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ କରିନଥିଲେ।