ସିଲିଣ୍ଡର ବ୍ଲାଷ୍ଟ ପରେ ଲାଗିଲା ନିଆଁ, ୪ ମୃତ ଓ ଜଣେ ଗୁରୁତର

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ସିଲିଣ୍ଡର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଏହି ଘଟଣା ଶାହାଦାର ଫ୍ଲୋର ମାର୍କେଟ ଅଞ୍ଚଳରେ ଘଟିଛି। ପ୍ରାୟ ୧୨.୧୪ ମିନିଟରେ, ଶାହଦରା ଅଞ୍ଚଳରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ନେଇ ଏକ କଲ ଆସିଥିଲା।

ଏହି ଅଗ୍ନିଶମ ବିଭାଗର ୯ଟି ଗାଡି ଘଟଣାସ୍ଥଳକୁ ଯାଇଥିଲେ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ୫ ଜଣଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। କିନ୍ତୁ ୪ ଜଣଙ୍କର ମୃତ୍ୟୁ ହେବା ଅନ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଥାଉକି, ଏଲପିଜି ସିଲିଣ୍ଡର ଲିକ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଗୁରୁତର ଥିବା ବ୍ୟକ୍ତିଙ୍କର ୨୫ ପ୍ରତିଶତ ପୋଡିଯାଇଛି।