ଲେବାନନ୍ ହ୍ରଦ କୂଳରେ ଲାଗିଲେ ୪୦ ଟନ୍ ମଲାମାଛ

ବିରୁଟ୍, ଏଜେନ୍ସି: ଲେବାନନ୍ର କ୍ୱାରାଉନ୍ ହ୍ରଦକୂଳରେ ପ୍ରାୟ ୪୦ ଟନ ଓଜନର ମଲା ମାଛ ଜମା ହୋଇଥିବା ଦେଖାଯାଇଛି। ଫଳରେ ଏଥିରୁ ନିର୍ଗତ ପଚାଗନ୍ଧ ଯୋଗୁଁ ଆଖପାଖ ଅଞ୍ଚଳର ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବା ଜଣାପଡିଛି। ଲେବାନନର ଦୀର୍ଘତମ ନଦୀ ଲିଟାନିର ପାଣି ଅତ୍ୟନ୍ତ ପ୍ରଦୂଷିତ ହୋଇଥିବା କାରଣରୁ ସେଥିରେ ଥିବା ମାଛଗୁଡିକ ମରିଯାଇ ଉକ୍ତ ହ୍ରଦକୂଳରେ ଲାଗିଥିବା ପରିବେଶବିତମାନେ କାରଣ ଦର୍ଶାଇଛନ୍ତି।