ଜମ୍ମୁ-କଶ୍ମୀର: ଲଦାଖର ତୁରତୁକ ସେକ୍ଟରରେ ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ୭ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଯବାନମାନେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟରେ ଗାଡ଼ିରେ ମୋଟ ୨୬ଜଣ ଯବାନ ଥିଲେ । ଆହତଙ୍କୁ ବାୟୁସେନା ସାହଯ୍ୟରେ ହାୟର ସେଣ୍ଟର ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ପରାତପୁରର ଟ୍ରାଞ୍ଜିଣ୍ଟ କ୍ୟାମ୍ପରୁ ସବସେକ୍ଟର ହନିଫ ଆଡ଼କୁ ଯିବା ସମୟରେ ଦୁର୍ଘଟଣାଟି ଘଟିଥିଲା। ସକାଳ ପାଖାପାଖି ୯ଟାରେ ସେନାର ଗାଡ଼ିଟି ଥୋଇସରୁ ପ୍ରାୟ ୨୫ କିମି ଦୂରରେ ଭାରସାମ୍ୟ ହରାଇଥିଲା । କିନ୍ତୁ ଗାଡ଼ିଟି କେଉଁ କାରଣରୁ ଭାରସାମ୍ୟ ହରାଇ ନଦୀରେ ପଡ଼ିଲା ତାହା ଅସ୍ପଷ୍ଟ ରହିଛି ।