ଚୋରା ବାଇକ ରାକେଟ ପର୍ଦ୍ଦାଫାସ, ୩ ଗିରଫ

କୁଆଁପାଳ,ଏନ୍ଏନ୍ଏସ୍: ଆଜି ମାହାଙ୍ଗା ଥାନା କାର୍ଯ୍ୟାଳୟ ପରିସରରେ ସାଲେପୁର ଏସଡିପିଓ ନିମାଇଁ ସେଠୀ ଚୋରା ବାଇକ ରାକେଟର ପର୍ଦ୍ଦାଫାସ କରିଛନ୍ତି। ଏ ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତିିନିଜଣ ଚୋରା ବାଇକ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୮ଟି ବାଇକ ଜବତ କରାଯାଇଛି। ବାଲିଚନ୍ଦ୍ରପୁର ଥାନା ଗଜେନ୍ଦ୍ରପୁର ଗ୍ରାମର ସୁନାକର ବେହେରା ଓରଫ କାଳିଆ, ଟାଙ୍ଗୀଥାନା ବିରଳ ଗାଁର ଭକ୍ତ ଚରଣ ରାଉଳ ଓରଫ ପପୁଙ୍କୁ ପୁଲିସ ପ୍ରଥମେ ଗିରଫ କରିବାପରେ ସେମାନଙ୍କ ସୂଚନା ଆଧାରରେ ଘସିପୁରା ଥାନା କଣାସ ଗାଁରୁ ବାଇକ ରାକେଟର ମାଷ୍ଟରମାଇଣ୍ଡ ସୁବ୍ରତ ବେହେରା ଓରଫ ମଣ୍ଟୁର ଘର ଉପରେ ଚଢ଼ଉ କରି ୮ଟି ବାଇକ ଜବତ କରିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ, ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।