ଆଇପିଏଲ: ବାଙ୍ଗାଲୋର ପାଇଁ କାଳ ହେଲେ ରାଜସ୍ଥାନର ଏହି ବୋଲର, ନେଲେ ୪ ୱକେଟ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୨୯ ରନ୍‌ରେ ରାଜସ୍ଥାନ ରୟାଲ୍ସ ଠାରୁ ପରସ୍ତ ହୋଇଛି । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏନ ଷ୍ଟାଡିୟମ୍‌ରେ ମଙ୍ଗଲବାର ରାଜସ୍ଥାନ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଜବାବରେ ବାଙ୍ଗାଲୋର ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ରେ ଅଟକି ଯାଇଥିଲା । ରାଜସ୍ଥାନର ବିଜୟରେ ହିରୋ ସାଜିଥିଲେ ୨୫ ବର୍ଷୀୟ ଯୁବ ବୋଲର କୁଲଦୀପ ସେନ । ସେ ଚମତ୍କାର ବୋଲିଂ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସର ଖେଳାଳିମାନେ କୁଲଦୀପଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ ।

ରାଜସ୍ଥାନ ପାଳିରେ କୁଲଦୀପ ସେନ ୭ମ ଓଭର ବୋଲିଂ କରିଥିଲେ । ସେ ଏହି ଓଭରର ୨ୟ ବଲରେ ବାଙ୍ଗାଲୋରର ଅଧିନାୟକ ଫାପ୍ ଡୁ’ ପ୍ଲେସିସଙ୍କୁ ଆଉଟ୍ କରିଥିଲେ । ତୃତୀୟ ବଲ୍‌ରେ ମେକ୍ସୱେଲ ଆଉଟ ହୋଇଥିଲେ । ଯଦିଓ କୁଲଦୀପ ହ୍ୟାଟ୍ରିକ ୱିକେଟ ନେଇପାରି ନଥିଲେ, ତଥାପି ବାଙ୍ଗାଲୋରର ବିପର୍ଯ୍ୟୟରେ ବଡ଼ ଭୂମିକା ତୁଲାଇଥିଲେ ।

ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲା ପରେ ଯୁବ ବୋଲର କୁଲଦୀପ ଡୁ ପ୍ଲେସିସ (୨୩) , ଗ୍ଲେନ ମେକ୍ସୱେଲ (୦), ୱାନିନ୍ଦୁ ହସରଙ୍ଗା (୧୮) ଓ ହର୍ଷଲ ପଟେଲ (୮)ଙ୍କୁ ଆଉଟ୍ କରିଥିଲେ । କୁଲଦୀପ ଆରସିବି ବିପକ୍ଷରେ ୩ୟ ମ୍ୟାଚ ଖେଳିଥିଲେ । ସଂଜୁ ସାମସନଙ୍କୁ ଯେତେବେଳେ ୱିକେଟ୍‌ର ଆବଶ୍ୟକତା ହୋଇଥାଏ, ସେ ସେହି ସମୟରେ କୁଲଦୀପଙ୍କୁ ବ୍ୟବହାର କରନ୍ତି ।