ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ କରୋନାରେ ସଂକ୍ରମିତ

ୱାଶିଂଟନ୍‌,ଏଜେନ୍ସି: ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ଙ୍କୁ କରୋନା ହୋଇଛି । କମଲା ହ୍ୟାରିସ୍ କରୋନା ପଜିଟିଭ ହେବା ନେଇ ଆମେରିକୀୟ ମିଡିଆ ପକ୍ଷରୁ କୁହାଯାଇଛି । କରୋନା ରିପୋର୍ଟ ପଜିଟିଭ ଆସିବା ପରେ କମଲା ହ୍ୟାରିସ ନିଜକୁ ସଂଗରୋଧରେ ରଖିଛନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । କମଲା ହ୍ୟାରିସଙ୍କ ଠାରେ ଗୁରୁତର କରୋନା ଲକ୍ଷଣ ଦେଖାଯାଉନାହିଁ ।

ଆମେରିକୀୟ ରାଷ୍ଟ୍ରପତି କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁସାରେ ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ କମଳା ହ୍ୟାରିସଙ୍କ ସଂପର୍କରେ ଆସି ନଥିଲେ । ଏଥି ପାଇଁ ବାଇଡେନ୍ କରୋନାରୁ ସୁରକ୍ଷିତ ଅଛନ୍ତି । ହ୍ୱାଇଟ୍ ହାଉସ ବିଗତ ଦିନରେ ଉପରାଷ୍ଟ୍ରପତିଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛି ।