ଭିଏସଏସ୍ ପାଠାଗାର ସଦସ୍ୟଙ୍କ କୋଟିଆ ଗସ୍ତ

ଜୟପୁର,ଏନ୍ଏନ୍ଏସ୍: ସଦର ବ୍ଲକ୍ ଡୁମୁରିପୁଟସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାରର କାର୍ଯ୍ୟକର୍ତ୍ତା ଏବଂ ଉପଦେଷ୍ଟା ମଣ୍ଡଳୀ ବିବାଦୀୟ କୋଟିଆ ପଞ୍ଚାୟତ ଗସ୍ତକରି ଜନ ସଚେତନତା ସୃଷ୍ଟି କରିବା ସହ କେତେକ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ସଭାପତି ଏମ୍ ସୁରେଶ କୁମାର, ସମ୍ପାଦକ ଜଗଦିଶ ଖୋସ୍ଲା, ଉପଦେଷ୍ଟା ଦିନବନ୍ଧୁ ବାରିକ, ତିରୁମଲେଶ୍ୱର ଚୌଧରୀ, ଅରୁଣ କୁମାର ଜେନା, ଉପ-ସଭାପତି କର୍ପୂର ହନ୍ତାଳ, ସହ-ସମ୍ପାଦକ ବିଷ୍ନୁ ଚରଣ ଦାସ ପ୍ରମୁଖଙ୍କ ନେତୃତ୍ୱରେ ପାଠାଗାର ଟିମ୍ କୋଟିଆ ଗସ୍ତ କରିଥିଲେ। କୋଟିଆ ପଞ୍ଚାୟତ ସଦର ମହକୁମାରେ ସ୍ଥାନୀୟଲୋକଙ୍କ ସହ ଓଡିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରି ଓଡିଶା ସରକାର ହିଁ କୋଟିଆର ବିକାଶ ପ୍ରତି ଗୁରୁତ୍ୱ ଦେଉଥିବା ସଦସ୍ୟମାନେ କହିଥିଲେ। କୋଟିଆ ପଞ୍ଚାୟତର ଗଞ୍ଜେଇପଦର ଗ୍ରାମରେ ପାଠାଗାର ସଦସ୍ୟ ମାନଙ୍କ ଦ୍ୱାରା ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟ ନାରାୟଣ ସାହୁ, ମଧୁ ସୂଦନ ଖେମୁଣ୍ଡୁ, ସୁକାନ୍ତ ନାୟକ, ଜିତେନ୍ଦ୍ର ସାହୁ, ସୁରଜିତ ବାଘ, ଧର୍ମେନ୍ଦ୍ର ବେହେରା, ସନ୍ତୋଷ ଦାସ, ଅରୁଣ ପାଳ ଓ ସରୋଜ ଖରା ଟିମରେ ସାମିଲ୍ ହୋଇଥିଲେ।