ଡୋଲିଆମ୍ବରେ ଜଳ ବିଭାଜିକା ବିଭାଗ ଦ୍ୱାରା ସଚେତନତା

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ବ୍ଲକ୍ କୋଟିଆ ପଞ୍ଚାୟତ ଏବେ ଚର୍ଚ୍ଚାରେ ଥିବାବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଭାଗର ଅଧିକାରୀମାନେ ବିବାଦୀୟ ଗ୍ରାମ ଗୁଡିକ ଗସ୍ତ କରି ଜନ ସଚେତନତା କାର୍ଯ୍ୟକ୍ରମ କରିବା ସହ ସମସ୍ୟା ଗୁଡିକ ସମ୍ପର୍କରେ ବୁଝୁଛନ୍ତି। କୋରାପୁଟ ଜଳ ବିଭାଜିକା ବିଭାଗ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀଶଙ୍କର କାଲୋଙ୍କ ନେତୃତ୍ୱରେ ଏକ ଟିମ୍ ଡୋଳିଆମ୍ବ ଗ୍ରାମକୁ ଯାଇ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ କହିଥିଲେ। ଗ୍ରାମରେ ପାଇପଯୋଗେ ପାନୀୟଜଳ ଯୋଗାଣ, ସିସିରୋଡ, ଚେକ ଡ୍ୟାମ ଓ ଜମି ମରାମତି କାର୍ଯ୍ୟକ୍ରମ କରିବାକୁ ଲୋକମାନେ ଦାବି କରିଥିଲେ। କାର୍ଯ୍ୟକ୍ରମରେ ମୃତିକା ସଂରକ୍ଷଣ ଓଭରସିଅର ପି ପାର୍ଥ ସାରଥୀ, ସିବିଟି ସତ୍ୟରଞ୍ଜନ ସାମାନ୍ତରାୟ, ଡବ୍ଲୁଏମଟି ମଞ୍ଜୁଲତା ପଟ୍ଟନାୟକ, ଡିଇଓ ପ୍ରସନ୍ନ ଚେରୀ, ସମାଜସେବୀ ରଞ୍ଜିତ ପାଙ୍ଗୀ ଉପସ୍ଥିତ ଥିଲେ।